ETV Bharat / state

ନିର୍ମାଣ ହେବ ନୂତନ ଶ୍ରୀଦାଣ୍ଡ ରାସ୍ତା: 10ରୁ ଉର୍ଦ୍ଧ୍ବ ଦାବି ରଖିଲେ ବିସ୍ଥାପିତ ପରିବାର

author img

By ETV Bharat Odisha Team

Published : Dec 6, 2023, 9:45 AM IST

Updated : Dec 6, 2023, 1:36 PM IST

ପୁରୀରେ ନୂତନ ଶ୍ରୀଦାଣ୍ଡ ରାସ୍ତା ନିର୍ମାଣ ପାଇଁ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପ୍ରଶାସନ ଓ ରାସ୍ତା ନିର୍ମାଣ ପାଇଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କ ସହ ଆଲୋଚନା ହୋଇଥିଲା । ବିସ୍ଥାପିତ ପରିବାର ପକ୍ଷରୁ ଏନେଇ ପାଖାପାଖି 10ଟି ଦାବି ଉପସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ

ନୂତନ ଶ୍ରୀଦାଣ୍ଡ ରାସ୍ତା ନିର୍ମାଣ ପାଇଁ ହେଲା ଜନ ଶୁଣାଣି

ନିର୍ମାଣ ହେବ ନୂତନ ଶ୍ରୀଦାଣ୍ଡ ରାସ୍ତା

ପୁରୀ: ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ହେବ ଗହଳି ମୁକ୍ତ । ବଡ଼ଦାଣ୍ଡରୁ ଗହଳି କମାଇବା ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂଠାରୁ ଦାଣ୍ଡିମାଳ ଏବଂ ଚୂଡ଼ଙ୍ଗ ସାହି ଦେଇ ଏକ ନୂତନ ରାସ୍ତା ଦୋଳବେଦୀ କୋଣ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ନୂତନ ରାସ୍ତାର ନାମ ଶ୍ରୀଦାଣ୍ଡ କୁହାଯାଉଥିବା ବେଳେ ରାସ୍ତା ନିର୍ମାଣ ପାଇଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ହେଉଥିବା ପରିବାର ବର୍ଗଙ୍କ ସହ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି ।

ନୂତନ ଶ୍ରୀଦାଣ୍ଡ ରାସ୍ତା ନିର୍ମାଣ ପାଇଁ ହେଲା ଜନ ଶୁଣାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥ ବଲ୍ଲଭ ଠାରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଏହି ନୂଆ ରାସ୍ତା ଦ୍ବାରା ଉଭୟ ସହରବାସୀ ଏବଂ ଭକ୍ତ ଉପକୃତ ହେବେ ଏବଂ ଏହି ରାସ୍ତା ନିର୍ମାଣ ଦ୍ବାରା ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ହେଉଥିବା ପରିବାର ବର୍ଗଙ୍କୁ କିଭଳି ଉଚିତ୍ କ୍ଷତିପୂରଣ ଦିଆଯାଇପାରିବ ସେନେଇ ଜନଶୁଣାଣିରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିରରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବିସ୍ଥାପିତ ହେଉଥିବା ଚୂଡଙ୍ଗ ସାହି ଏବଂ ଦାଣ୍ଡିମାଳ ସାହିର ମୋଟ ୮୪ ପରିବାରଙ୍କ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଏହି ରାସ୍ତା ନିର୍ମାଣକୁ ବିସ୍ଥାପିତ ମାନେ ସ୍ବାଗତ କରିଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ଦେଇ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ନିକଟରେ ବିସ୍ଥାପିତମାନେ ଉପସ୍ଥାପନ କରିଥିଲେ । ସରକାରଙ୍କ ସହ ଆଲୋଚନା କରାଯାଇ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।

ଏହାମଧ୍ୟ ପଢନ୍ତୁ..ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସ୍ତୁତି, ଯଜ୍ଞସ୍ଥାନ ହେଲା ଚିହ୍ନଟ

ସେପଟେ ମହାପ୍ରଭୁଙ୍କ କାର୍ଯ୍ୟରେ ନିଜର ଜମି ତ୍ୟାଗ କରିବା ପାଇଁ ବିସ୍ଥାପିତ ମାନେ ପ୍ରସ୍ତୁତ ଥିବାବେଳେ ତାଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି । ଏହି ରାସ୍ତା ପାଇଁ ବିସ୍ଥାପିତ ସମସ୍ତ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ମାନଙ୍କୁ ୫୦ ଲକ୍ଷ ଟଙ୍କାର ଆରଏନଆର ପ୍ୟାକେଜ ପ୍ରଦାନ ସହ ଜମିର ମୂଲ୍ୟ ଡିସିମିଲିକୁ ୧କୋଟି ଟଙ୍କା, ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ବ୍ୟକ୍ତିମାନଙ୍କୁ ଏକକାଳୀନ ୨୪ ମାସର ଆର୍ଥିକ ସହାୟତା, ନୂତନ ଗୃହ ନିର୍ମାଣ ପାଇଁ ଜି+3 ଅନୁମତି, ବିଦ୍ୟୁତ୍, ପାନୀୟ ଜଳ, ବିଭିନ୍ନ ମୌଳିକ ସୁବିଧା ଯୋଗାଇଦେବା, ସମସ୍ତ କ୍ଷତିପୂରଣ ପ୍ରାପ୍ୟକୁ ଜିଏସଟି ମୁକ୍ତ କରିବା, ନୂତନ ରାସ୍ତାରେ ଉଠା ଦୋକାନୀଙ୍କୁ ସ୍ଥାନ ନଦେବା, ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଆଉଟ ପୋଷ୍ଟ, ବରିଷ୍ଠ ଏବଂ ଦିବ୍ୟାଙ୍ଗଙ୍କ ଯାତାୟତ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ନେଇ ଦାବି କରିଛନ୍ତି । ଏହି ଦାବି ପୂରଣ ହେଲେ ନୂଆ ଶ୍ରୀଦାଣ୍ଡ ରାସ୍ତା ନିର୍ମାଣରେ ସମସ୍ତେ ସହଯୋଗ କରିବେ ବୋଲି କ୍ଷତିଗ୍ରସ୍ତ ଓ ବିସ୍ଥାପିତମାନେ କହିଛନ୍ତି ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି ନୂଆ ଶ୍ରୀଦାଣ୍ଡ ରାସ୍ତା ଭକ୍ତଙ୍କ ଯାତାୟତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେବେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ହେଉଥିବାରୁ କ୍ଷତିଗ୍ରସ୍ତ ପରିବାର ବର୍ଗ ଏଥିରେ ସବୁକିଛି ତ୍ୟାଗ କରିବା ସହ ସହଯୋଗ କରନ୍ତୁ ବୋଲି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Dec 6, 2023, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.