ETV Bharat / state

ରଥଯାତ୍ରାରେ ଘର ଖୋଜୁଛି ଘରଚଟିଆ ! - ଘରଚଟିଆ

ରଥଯାତ୍ରାରେ ଗଞ୍ଜାମ କବିସୂର୍ଯ୍ୟନଗର ବ୍ରହ୍ମାନନ୍ଦ ଆଚାର୍ଯ୍ୟଙ୍କ ସଚେତନତା କାର୍ଯ୍ୟକ୍ରମ । ହାତ ଓ ମୁଣ୍ଡରେ ଘର ଚଟିଆ ବସା ରଖି ଘରଚଟିଆର ସୁରକ୍ଷା ପାଇଁ ସଚେତନ କରାଉଛନ୍ତି ବ୍ରହ୍ମାନନ୍ଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 11, 2019, 8:05 AM IST

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଘର ଖୋଜୁଛି ଘରଚଟିଆ । ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି କଥାରେ ରହିଛି ସତ୍ୟତା । କାରଣ ଏପରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଗଞ୍ଜାମ କବିସୂର୍ଯ୍ୟନଗର ବାସିନ୍ଦା ବ୍ରହ୍ମାନନ୍ଦ ଆଚାର୍ଯ୍ୟ । ତାଙ୍କର ନିଆରା ଲୋକ ସଚେତନତା କାର୍ଯ୍ୟକ୍ରମକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବିଲୁପ୍ତ ପକ୍ଷୀ ଘରଚଟିଆର ସୁରକ୍ଷା ପାଇଁ ବ୍ରହ୍ମାନନ୍ଦ ଲୋକଙ୍କୁ ସଚେତନ କରାଉଛନ୍ତି । ହାତ ଓ ମୁଣ୍ଡରେ ଘର ଚଟିଆ ବସା ରଖିବା ସହ ହାତରେ ପ୍ଲାକାର୍ଡ ଧରି ଘର ଚଟିଆର ସୁରକ୍ଷା ନେଇ ସଚେତନ କରାଉଛନ୍ତି । ଯାହା ସାଧରଣ ରେ ଦୃଷ୍ଟି ଆକର୍ଷଣ କରୁଛି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ରାଜ୍ୟ ତଥା ଦେଶରୁ ଆସୁଥିବା ହେତୁ ପୁରୀକୁ ଆସି ସଚେତନତା କାର୍ଯ୍ୟକ୍ରମ କରୁଥିବା ବ୍ରହ୍ମାନନ୍ଦ କହିଛନ୍ତି । କେବଳ ସେତିକି ନୁହେଁ ବର୍ଷ ସାରା ବିଭିନ୍ନ ସଚେତନ ବାର୍ତା ଏଡ୍ସ ରୁ ସୁରକ୍ଷା, ପରିବେଶ ସୁରକ୍ଷା, ସଡକ ସୁରକ୍ଷା ଆଦି ପ୍ରସଙ୍ଗରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ପ୍ରଚାର କରନ୍ତି ବ୍ରହ୍ମାନନ୍ଦ । ନିଜ ପରିବାର ଲୋକ ଏଥିରେ ସହଯୋଗ କରନ୍ତି । ଲୋକଙ୍କ ପାଇଁ କାମ କରିବା, ଲୋକଙ୍କୁ ସଚେତନ କରାଇବା ଏକ ନିଶା ବୋଲି ବ୍ରହ୍ମାନନ୍ଦ ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.