ETV Bharat / state

ଫନି ରିଲିଫରେ ଅନିୟମିତତା: ଗ୍ରାମବାସୀଙ୍କ ରାସ୍ତାରୋକ

ବାତ୍ୟା ବିପନ୍ନଙ୍କ ନାମ ତାଲିକାରେ ଅନିୟମିତତା ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ପୁରୀ କୃଷ୍ଣପ୍ରସାଦ ବ୍ଲକର ଗୋପିନାଥପୁର ଗ୍ରାମବାସୀ ଜାତୀୟ ରାଜପଥରେ ବିକ୍ଷୋଭ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Jun 29, 2019, 3:17 PM IST

Updated : Jun 30, 2019, 12:02 AM IST

ବ୍ରହ୍ମଗିରି: ତେଜିଲା ନାମ ତାଲିକା ତାତି । ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ବାତ୍ୟା ଫନିରେ ଘର ଭଙ୍ଗା ସହାୟତା ପାଇଁ ପ୍ରକାଶ ପାଇଥିବା ତାଲିକାରେ ଅନିୟମିତତା ଅଭିଯୋଗରେ ପୁରୀ ସାତପଡା ଜାତୀୟ ରାଜପଥକୁ ଅବରୋଧ କରାଯାଇଛି ।

କୃଷ୍ଣପ୍ରସାଦ ବ୍ଲକର ଗୋପୀନାଥପୁର ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ନିର୍ଭୁଲ ତାଲିକା ପ୍ରସ୍ତୁତ ପାଇଁ ଦାବି ରଖିଛନ୍ତି । ତେବେ ଗତ ଶୁକ୍ରବାର ଅଣ ତିରିଶ ଗ୍ରାମରେ ଖୋଦ ବ୍ରହ୍ମଗିରି ତହସିଲଦାରଙ୍କୁ ହଟହଟା ହେବାକୁ ପଡ଼ିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଫନିରେ ବ୍ରହ୍ମଗିରି ଓ ସାତପଡ଼ା ଅଞ୍ଚଳ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ବହୁ ପରିବାର ବାସହରା ମଧ୍ୟ ହୋଇଥିଲେ। ତେଣୁ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ସରକାର । ଏହି କାର୍ଯ୍ୟରେ ବ୍ଲକ ଓ ତହସିଲ କର୍ମଚାରୀମାନେ ନିୟୋଜିତ ହୋଇ ବିପନ୍ନ ହିତାଧିକାରୀଙ୍କ ନାମ ଘୋଷଣା କରିଥିଲେ । ଯାହାକୁ ଦେଖିବା ପରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବ୍ରହ୍ମଗିରିରୁ ଦେବଶିଷ ଦାସ, ଇଟିଭି ଭାରତ

Intro:ତେଜିଲା ନାମ ତାଲିକା ତାତି,ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ।
ବାତ୍ୟା ଫୋନିରେ ଘର ଭଙ୍ଗା ସହାୟତା ପାଇଁ ପ୍ରକାଶ ପାଇଥିବା ନାମ ତାଲିକାରେ ଅନିୟମିତତା ଅଭିଯୋଗ କରି ପୁରି ସାତପଡ଼ା ଜାତୀୟ ରାଜପଥ ଅବରୋଧ କରି ରଖିଲେ ଗ୍ରାମବାସୀ ।
Body:ଫୋନି ବାତ୍ୟାର ବ୍ରହ୍ମଗିରି ଓ ସାତପଡ଼ା ଅଞ୍ଚଳ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।ଏଥିରେ ବହୁ ପାରିବାର ବାସ ହରା ହୋଇଥିଲେ।ତେଣୁ ସରକାର ଘୋଷଣା କରିଥିଲେ ବିପର୍ନ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ।
ଏହି କାଯ୍ୟରେ ବ୍ଲକ ଓ ତହସିଲ କର୍ମଚାରୀ ମାନେ ନିୟୋଜିତ ହୋଇ ବିପର୍ନ ହିତାଧିକାରୀ ମାନଙ୍କ ନାମ ଘୋଷଣା କରିଥିଲେ।
କିନ୍ତୁ ଏହି ତାଲିକା ଦେଖିଲ ପରେ ଗ୍ରାମ ବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ତା ସହିତ କର୍ମଚାରି ଙ୍କ ବିରୋଧରେ ବିଖୋବ କରିଥିଲେ
ବ୍ରୁଷ୍ଣା ପ୍ରସାଦ ବ୍ଲକ ର ଗୋପୀନାଥପୁର ଗ୍ରାମର ବିଖୋବ କାରି ମାନେ ପୁରି ସାତ ପଡ଼ା ଜାତି ୟ ରାଜ ପଥ ଅବରୋଧ କରିବା ସହ ନିର୍ଭୁଲ ତାଲିକା ପ୍ରସ୍ତୁତ ପାଈଁ ଦାବି ରଖିଛନ୍ତି।
ଏହା କେବଳ ଗୋପୀନାଥ ପୁର ଗ୍ରାମର ପରିଭାଷା ନୁହେଁ ଏହା ହେଉଛି ପ୍ରତେକ ଗ୍ରାମର ଭାଷା।
ସମାନ ଅଭିଯୋଗ ଆଣି ଗତ କଳି ଅଣତିରିଶ ଗ୍ରାମରେ ଖୋଦ ବ୍ରହ୍ମଗିରି ତହସିଲଦାର ଙ୍କୁ ହଟହଟା ହେବାକୁ ପଡ଼ିଥିଲା।
Conclusion:4 avo
Debashish Das,Brahmagiri
Last Updated : Jun 30, 2019, 12:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.