ETV Bharat / state

ଶ୍ରୀକ୍ଷେତ୍ରରେ 3 ଦିନ ହେବ କୁମାର ଉତ୍ସବ, ଆସିବେ ବଲିଉଡ କଣ୍ଠଶିଳ୍ପୀ - festival news

କୁମାର ପୂର୍ଣ୍ଣିମାକୁ ପାଇଁ ଚଳଚଞ୍ଚଳ ପୁରୀ ସହର । କୁମାର୍ ଉତ୍ସବ ସମିତି ପକ୍ଷରୁ ଆସନ୍ତା 29 ରୁ 31 ତାରିଖ ଯାଏଁ ପାଳନ କରାଯିବ କୁମାର ପୂର୍ଣ୍ଣିମା । ଯୋଗ ଦେବେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ବିନୋଦ ରାଠୋର । ଅଧିକ ପଢନ୍ତୁ

କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର , ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

author img

By ETV Bharat Odisha Team

Published : Oct 28, 2023, 6:48 AM IST

କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର , ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଲାଣି ପୁରପଲ୍ଲୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀରେ କୁମାର ଉତ୍ସବ ପାଳନ କରାଯିବ । ଏନେଇ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ସେହିଭଳି ଶ୍ରୀକ୍ଷେତ୍ରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ କୁମାର୍ ଉତ୍ସବ ସମିତି ପକ୍ଷରୁ ମଧ୍ୟ କୁମାର୍ ପୂର୍ଣ୍ଣିମା ପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଆସନ୍ତା 29 ରୁ 31 ତାରିଖ ଯାଏ ଦୀର୍ଘ ୩ ଦିନ ବ୍ୟାପି ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ 56 ତମ କୁମାର୍ ଉତ୍ସବ 2023 ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଦଯାପନ ସଂଧ୍ୟାରେ ଯୋଗ ଦେବେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ବିନୋଦ ରାଠୋର । ଏନେଇ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, କୁମାର ଉତ୍ସାବ ପ୍ରସ୍ତୁତି ଶେଷ

ସୂଚନାଯୋଗ୍ୟ ଆସନ୍ତା କୁମାର ପୂର୍ଣ୍ଣିମାକୁ ଜାକଜମକରେ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ସେହି ଭଳି ସହରର କୁମାର ଉତ୍ସବ ସମିତି ପକ୍ଷରୁ 29 ତାରିଖ ସନ୍ଧ୍ୟାରେ 56 ତମ କୁମାର୍ ଉତ୍ସବର ଉଦଘାଟନ କରାଯିବ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । ପ୍ରଥମ ସଂଧ୍ୟାରେ କୁମାର ପୁନେଇ ଜହ୍ନ ନୃତ୍ୟ ସହ ମାହାରୀ ନୃତ୍ୟ, ଝୁମର ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ସହିତ ପାରମ୍ପାରିକ ତଲୱାର ଚାଳନା ଓ ମେଢ ନୃତ୍ୟ ପରିବେଷଣ ହେବ । 30 ତାରିଖ ଦ୍ୱିତୀୟ ସଂଧ୍ୟାରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । 31 ତାରିଖ ଉଦଯାପନ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ବିନୋଦ ରାଠୋର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଣୁ ଏହି ତିନି ଦିନିଆ 56 ତମ କୁମାର ଉତ୍ସବ 2023କୁ ପୁରୀବାସୀ ଭରପୁର ଉପଭୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ରବିବାରଠୁ ଆରମ୍ଭ କାର୍ତ୍ତିକ ମାସ , ହବିଷ୍ୟାଳି ଶିବିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...କୁଆଁରୀ ପାଳିଲେ ଜହ୍ନିଓଷା, ଭଲ ବର ଦେବେ ମା’ ବୃନ୍ଦାବତୀ !

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.