ETV Bharat / state

ଚଟାଣରେ ବସି କଦଳୀପତ୍ରରେ ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

author img

By

Published : Nov 10, 2022, 6:01 PM IST

ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି । ମହାପ୍ରଭୁଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି । ଚଟାଣରେ ବସି କଦଳୀ ପତ୍ରରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି । ଅଧିକ ପଢ଼ନ୍ତୁ

President Droupadi Murmu partook of Mahaprasad of Sri Jagannath Temple sitting on floor
ଚଟାଣରେ ବସି କଦଳୀପତ୍ରରେ ମହାପ୍ରସାଦ ଖାଇଲେ ମହାମହିମ

ପୁରୀ: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରିଛନ୍ତି । ଏହାକୁ ନେଇ ରାଷ୍ଟ୍ରପତି ଭବନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଦର୍ଶନ ସାରି ରାଷ୍ଟ୍ରପତି ଫେରିବା ପରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ପକ୍ଷରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

  • President Droupadi Murmu partook of Mahaprasad of Sri Jagannath Temple, Puri, shortly after she visited the shrine. pic.twitter.com/GNqkLiZKpF

    — President of India (@rashtrapatibhvn) November 10, 2022 " class="align-text-top noRightClick twitterSection" data=" ">

ପୁରୀ ସ୍ଥିତ ରାଜଭବନରେ ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଧ୍ୟାତ୍ମିକ ଗୁରୁଙ୍କ ସହ ଏକାଠି ବସି ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଟାଣରେ ବସି କଦଳୀ ପତ୍ରରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ।

  • ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମାନ୍ୟବର @rashtrapatibhvn ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପୂଜ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ମହାପ୍ରସାଦ ସେବନ କରି ଆନନ୍ଦିତ ।

    ଜୟ ଜଗନ୍ନାଥ 🙏 pic.twitter.com/9LntWvQJYg

    — Dharmendra Pradhan (@dpradhanbjp) November 10, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି, "ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂଜ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ମହାପ୍ରସାଦ ସେବନ କରି ଆନନ୍ଦିତ । ଜୟ ଜଗନ୍ନାଥ ।"

ସେପଟେ ରାଷ୍ଟ୍ରପତି ଭବନରୁ କୁହାଯାଇଛି, "ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭାବନରେ ମହାପ୍ରସାଦ ସେବନ କରିଛନ୍ତି । ସେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମହାପ୍ରସାଦ ସେବନ କରିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.