ETV Bharat / state

ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ କର ରଥଯାତ୍ରା କାର୍ଯ୍ୟ: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

author img

By

Published : May 30, 2023, 2:45 PM IST

ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ ନିର୍ବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢନ୍ତୁ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ପାଇଁ ବୈଠକ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ପାଇଁ ବୈଠକ

ପୁରୀ: ଓଡ଼ିଆମାନଙ୍କର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ରଥଯାତ୍ରା ହେଉଛି ଓଡ଼ିଆ ଜାତିର ଶ୍ରେଷ୍ଠ ପର୍ବ । ଦେଶବିଦେଶରୁ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ଚଳିତବର୍ଷ ରଥଯାତ୍ରାକୁ ଅଧିକ ସରସସୁନ୍ଦର କରିବାକୁ ପଡିବ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ସମସ୍ତ କାର୍ଯ୍ୟକୁ ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ ନିର୍ବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ଉପଲକ୍ଷେ ଆୟୋଜିତ ହୋଇଛି ପ୍ରସ୍ତୁତି ବୈଠକ । ବୈଠକରେ ଅଧ୍ୟକ୍ଷତା କରିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଗତ ବର୍ଷମାନଙ୍କରେ ଦେଖାଯାଇଥିବା ଅସୁବିଧାଗୁଡ଼ିକର ସମାଧାନ ଉପରେ ବିଶେଷ ଦୃଷ୍ଟି ଦେଇ ଚଳିତ ବର୍ଷର ରଥାଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ କହିଛନ୍ତି, "ରଥଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ । ରଥଯାତ୍ରାରେ ନିର୍ଦ୍ଦିଷ୍ଟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ସୂଚନା ଓ ଲୋକସଂପର୍କ ବିଭାଗକୁ ସୁଯୋଗ ଦେଇଛନ୍ତି । ଏହା ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ । ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱଗୁଡ଼ିକୁ ଗତବର୍ଷ ତୁଳନାରେ ଅଧିକ ସୁଚାରୁ ରୂପେ ସମ୍ପାଦିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।"

ତେବେ ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରାଯିବ । ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମକୁ ଲାଇଭ କମନ୍ ଫିଡ ଯୋଗାଇ ଦିଆଯିବ। ଭକ୍ତମାନଙ୍କ ସୁବିଧା ନିମନ୍ତେ ପୁରୀର ୧୧ଟି ପ୍ରମୁଖ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ । ବିଭାଗ ପକ୍ଷରୁ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡ଼ାନାଚ ଇତ୍ୟାଦି ଲୋକକଳା ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ପାଇଁ ବୈଠକ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ପାଇଁ ବୈଠକ

ପ୍ରତ୍ୟେକ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ସମାରୋହ ଆୟୋଜିତ ହେବ । ମହାନ ଜଗନ୍ନାଥ ସଂସ୍କୃତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଧାରିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ । ରଥଯାତ୍ରା ସମ୍ପର୍କିତ ଖବର ସଂଗ୍ରହ ପାଇଁ ରାଜ୍ୟସ୍ତରୀୟ ସାମ୍ବାଦିକମାନଙ୍କ ପୁରୀ ଗସ୍ତ ଉପରେ ଆଲୋଚନା ହୋଇଛି । ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ନେଇ ସାମାଜିକ ଗଣମାଧ୍ୟମ, ଖବରକାଗଜ, ରେଡ଼ିଓ ଜିଙ୍ଗିଲ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କରାଯିବ ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ଆଦି ପୁସ୍ତିକାର ପ୍ରକାଶନ ଏବଂ ଭକ୍ତମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୁରୀଠାରେ ଏହାର ବିକ୍ରୟ ଉପରେ ମତ ରଖିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ। ସ୍ୱାଗତ ଭାଷଣ ଦେବା ସହ ଆଲୋଚନା ନିମେନ୍ତ ବିଭିନ୍ନ ବିଷୟ ଉପସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ବିବରଣୀ ହୋଡିଙ୍ଗ୍ ମାଧ୍ୟମରେ ପ୍ରଦର୍ଶିତ ହେବା ନେଇ ଆଲୋଚନା ହୋଇଛି । ବୈଠକରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.