ETV Bharat / state

ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ନେଇ ପ୍ରସ୍ତୁତି ଶେଷ - ଚନ୍ଦନ ଯାତ୍ରା

ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଏବଂ ରଥ ନିର୍ମାଣ ଅନୁକୂଳ ନେଇ ପ୍ରସ୍ତୁତି ଶେଷ । ଆଜି ଠାରୁ ଶ୍ରୀମନ୍ଦିରରେ ଲାଗୁ ହେବ 144 । ଅଧିକ ପଢନ୍ତୁ...

ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ନେଇ ପ୍ରସ୍ତୁତି ଶେଷ

author img

By

Published : May 15, 2021, 1:00 PM IST

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ 21 ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏନେଇ ଦୁଇ ଚାପ ଡଙ୍ଗା ନନ୍ଦା ଓ ଭଦ୍ରା ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ନେଇ ପ୍ରସ୍ତୁତି ଶେଷ

ଅପରାହ୍ନ 3 ଟା ପରେ ଆଜ୍ଞାମାଳ ଆସିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚୁ ମହାଦେବ ନରେନ୍ଦ୍ର ପୁଷ୍କରିଣୀ ବିଜେକରି ଜଳକ୍ରୀଡା କରିବେ । ସପଟେ ଆଜି ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ଏଥିପାଇଁ ରଥ ଖଳାରେ 3 ଟି ଧଉରା କାଠ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତ କରାଯାଇଛି । ଦେଉଳ ପୁରୋହିତମାନେ ଏହି କାଠକୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ମହାରଣାମାନେ ରୁପା କୁରାଢ଼ୀ ସ୍ପର୍ଶ କରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ତେବେ ଚଳିତ ବର୍ଷ କୋଭିଡ ମହାମାରୀ ପାଇଁ ସୀମିତ ସେବାୟତଙ୍କୁ ନେଇ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ହେବ । ବିନା ଭକ୍ତରେ ଏଥର ଚନ୍ଦନ ଯାତ୍ରା ହେବ । ତେବେ ଆଜି ଠାରୁ ଚନ୍ଦନ ଯାତ୍ରା ଶେଷ ହେବା ଯାଏଁ 21 ଦିନ ବ୍ୟାପି ନରେନ୍ଦ୍ର ପୁଷ୍କରିଣୀରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତିଦିନ ଦିନ 3 ଟା ରୁ ରାତି 9 ଟା ପର୍ଯ୍ୟନ୍ତ 144 ଧାରା ଜାରିରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.