ETV Bharat / state

ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସର ପ୍ରସ୍ତୁତି; ବଡଦାଣ୍ଡ ହେବ ନୋ ଭେଇକିଲ୍ ଜୋନ - security measures

Preparation of Puri Police for New Year: ନୂଆବର୍ଷ ରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ । ବଡ଼ଦାଣ୍ଡର ମରିଚକୋଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ହେବ ଯାନବାହନ ନିଷିଦ୍ଧ । ଅଧିକ ପଢନ୍ତୁ

ନୂଆବର୍ଷ ପାଇଁ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି

author img

By ETV Bharat Odisha Team

Published : Dec 30, 2023, 10:51 PM IST

ନୂଆବର୍ଷ ପାଇଁ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି

ପୁରୀ : ଆଉ ଦିନକ ପରେ ଆସୁଛି ନୂଆବର୍ଷ । ନୂଆ ବର୍ଷ ରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେବେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀ ରେ ପୁରୀ ଏସପି ସୁଚନା ଦେଇ କହିଚନ୍ତି ଯେ ପୁରୀ ପୋଲିସ ସବୁ ଭକ୍ତ ଓ ପର୍ଯ୍ୟଟକଙ୍କୁ ପୁରୀକୁ ସ୍ଵାଗତ କରୁଛନ୍ତି । ସମସ୍ତଙ୍କ ସୁରକ୍ଷା ପୋଲିସ୍ ର ପ୍ରାଥମିକ କର୍ତ୍ତବ୍ୟ । ତେବେ ନୁଆ ବର୍ଷ ପାଇଁ କେତେକ କଟକଣା ରହିବ। ତେବେ ପୁରୀ ବାସିନ୍ଦା କିଭଳି ଯାତାୟତରେ ଅସୁବିଧା ଭୋଗିବେ ନାହିଁ ତାକୁ ପୋଲିସ୍ ଗୁରୁତ୍ଵ ଦେଉଛି । ପୁରୀ ବାସିନ୍ଦାଙ୍କ ଯାତାୟତ ନେଇ କୌଣସି ଟ୍ରାଫିକ କଟକଣା ନାହିଁ । ତେବେ ବଡ଼ଦାଣ୍ଡର ମରିଚକୋଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ଯାନବାହନ ନିଷିଦ୍ଧାଞ୍ଚଳ ହେବ ।

ସେହିପରି ସି ବିଚ୍ ରୋଡ଼ ରେ ଲାଇଟ୍ ହାଉସ ଠାରୁ ସମୁଦ୍ର କୂଳ ଥାନା ଯାଏଁ ନୋ ଭେହିକିଲ ଜୋନ୍ ହେବ । 31 ତାରିଖ ରାତି 12 ଟା ରୁ ଟ୍ରାଫିକ ରେଗୁଲେଶନ ଲାଗୁ ହେବ । ପୁରୀ କୁ ଆସୁଥିବା ବସ ମାଳତୀ ପାଟପୁର ବସଷ୍ଟାଣ୍ଡ ରେ ରହିବ । ହାଲୁକା ଯାନ ତଥା ଚାରି ଚକିଆ ଗାଡ଼ି ଜେଲ ରୋଡ଼, ଜଗନ୍ନାଥ ବଲ୍ଲଭ ଯାତ୍ରୀ ପାର୍କିଂ ସହ ଗୁଣ୍ଡିଚା ମନ୍ଦିର ନିକଟରେ ପାର୍କିଂ କରିବେ । ଭୁବନେଶ୍ଵରରୁ ପୁରୀ ଆସୁଥିବା 4 ଚକିଆ ଗାଡ଼ି ପୁରୀକୁ ଅଠର ନଳା ଦେଇ ଆସିବେ । କିନ୍ତୁ ଟ୍ରାଫିକ ଭିଡ ହେଲେ ହରେକୃଷ୍ଣପୁର ଛକରୁ ଟ୍ରାଫିକ ଡାଇଭରସନ୍ ଲାଗୁ ହେବ । ଦୁଇ ଚକିଆ ଗାଡ଼ି କୁ ବଡ଼ ଦାଣ୍ଡ ଯାଏଁ ଅନୁମତି ରହିବ । ମାର୍କେଟ ଛକ ରୁ ମେଡ଼ିକାଲ ଛକ ଯାଏ ପାର୍କିଂ ହେବ । ପୁରୀ ବିଚ୍ ରେ ପର୍ଯ୍ୟଟକଙ୍କ ଭିଡକୁ ନିୟନ୍ତ୍ରଣ ପାଇଁ 4 ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ।

ଏହା ମଧ୍ୟ ପଢନ୍ତୁ ... ନୂଆବର୍ଷରେ ଶ୍ରୀମନ୍ଦିରରେ ବଢିବ ଭିଡ଼, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ସଜାଗ ପୋଲିସ

9 ଟି ସେକ୍ଟର ରେ ବିଭକ୍ତ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ବିଚ୍ ରେ 4 ଟି ପୋଲିସ ସହାୟତା କେନ୍ଦ୍ର, 2 ଟି ମେଡ଼ିକାଲ କ୍ୟାମ୍ପ ରହିବ। ଅଗ୍ନିଶମ ବାହିନୀ ଲାଇଫ ଗାର୍ଡ ସହ ମୁତୟନ ରହିବେ । ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ସବୁ ଗାଇଡ ଲାଇନ୍ ମାନିବାକୁ ହୋଟେଲ ମାନଙ୍କୁ କୁହାଯାଇଛି । ସବୁ ହୋଟେଲ ରେ ସିସିଟିଭି ଲଗାଇବାକୁ କୁହାଯାଇଛି । ହୋଟେଲ ଗୁଡ଼ିକରେ ଟୁରିଷ୍ଟ ହେଲ୍ପ ଲାଇନ ନମ୍ବର ରହିବ । କୌଣସି ଅସୁବିଧା ହେଲେ ପର୍ଯ୍ୟଟକ ମାନେ ପୋଲିସର ସହାୟତା ନେବାକୁ ଏସପି ସୁଚନା ଦେଇଛନ୍ତି । ନୁଆ ବର୍ଷ ରାତି ରେ ଗାଡି ଚେକ୍ ହେବା ସହ ମଦ୍ୟପାନ କରି ଗାଡି ଚଲାଇବା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଭକ୍ତ ଓ ପର୍ଯ୍ୟଟକ ପୋଲିସକୁ ସହଯୋଗ କରିବାକୁ ପୁରୀ ଏସପି ନିବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.