ETV Bharat / state

ନୂଆବର୍ଷକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆଇଜି - ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

New Year Preparation In Puri: ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି (IG) । ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ । ଆଗକୁ ପଢ଼ନ୍ତୁ,

ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ସମୀକ୍ଷା

author img

By ETV Bharat Odisha Team

Published : Dec 14, 2023, 10:01 PM IST

ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ସମୀକ୍ଷା

ପୁରୀ: ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନେଇ ଲକ୍ଷାଧିକ ଭକ୍ତଙ୍କର ହେବ ସମାଗମ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି (IG) । ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ । ୨୫ ତାରିଖ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଯୋଜନା । ଏହି ଏସି ସେଡ୍ ପାଥ୍ ୱେ ସାଧାରଣ ଭକ୍ତଙ୍କୁ ସୁବିଧା ଯୋଗାଇବାରେ ସହାୟକ ହେବ ।

ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ପୁରୀ ଗସ୍ତରେ ଆସିଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂ। ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍ ଛକ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଯୋଜନା ରହିଛି । ତେବେ ଭିଡ଼ ନିୟନ୍ତ୍ରଣରେ ଏହା ସହାୟକ ହେବ । ସେହିପରି ଡିସେମ୍ବର ୨୩ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଆଶଙ୍କା କରାଯାଉଛି । ଏହି ଏସି ସେଡ୍ ପାଥ୍ ୱେ ସାଧାରଣ ଭକ୍ତଙ୍କୁ ସୁବିଧା ଯୋଗାଇବାରେ ସହାୟକ ହେବ ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରୀମନ୍ଦିର ସିଂହଦ୍ବାରରେ ଅଦ୍ଭୁତ ଦୃଶ୍ୟ; ମୂଷା କହୁଛି ଜୟ ଜଗନ୍ନାଥ

ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁଥିବା ସମୟରେ ଦର୍ଶନ ବନ୍ଦ ରହିଥାଏ । ତେବେ ସେହି ସମୟ ମଧ୍ୟରେ ଭକ୍ତମାନେ ଏହି ଏସି ସେଡ୍ ପାଥ୍ ୱେରେ ବିଶ୍ରାମ ନେଇପାରିବେ । ୮୪ ମିଟର ଲମ୍ବା ଓ ୧୨ ମିଟର ଚଉଡ଼ା ବିଶିଷ୍ଟ ଏହି ଏସି ସେଡ୍ ପାଥ୍ ୱେରେ ୧୨ଟି ଧାଡ଼ି ରହିବା ସହ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ । ତେବେ ଡିସେମ୍ବର ୨୩ରୁ ୩୦ ଏବଂ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଅପରାହ୍ନରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ପୁରୀ ଆସି ଭକ୍ତଙ୍କ ଦର୍ଶନ, ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି । ଆଇଜିଙ୍କ ସହ ପୁରୀ ଏସପି ଡଃ କନୱର ବିଶାଳ ସିଂ, ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.