ETV Bharat / state

ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା, ରଥଟଣା ନେଇ ପୋଲିସର ମକ୍ ଡ୍ରିଲ୍

author img

By

Published : Jun 18, 2023, 5:03 PM IST

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଲାଗି ରଥଟଣା ନେଇ ପୋଲିସ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି । ସୁରକ୍ଷିତ ରଥଟଣା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଭ୍ୟାସ କରାଯାଇଛି । ଅଧିକ ପଢ଼ନ୍ତୁ

puri ratha yatra
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

ପୁରୀ: ଆଉ ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥ ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଶେଷ କରି ରଥଟଣା କିଭଳି ଶାନ୍ତି ଶୃଙ୍ଖଳାରେ ହୋଇ ପାରିବ ସେନେଇ ପୋଲିସ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଚଳିତ ଥର ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ରଥଟଣା ସମୟରେ କିଭଳି ଭିଡ଼କୁ ନିୟନ୍ତ୍ରଣ କରିହେବ ସେନେଇ ପୁରୀ ପୋଲିସର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଏକ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି ।

ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ମକ୍ ଡ୍ରିଲ୍ ହୋଇଛି । ମକ୍ ଡ୍ରିଲ୍ ସମୟରେ ତିନୋଟି ଜିପ୍‌କୁ ତିନୋଟି ରଥ ଭବେ ପରିକଳ୍ପନା କରାଯାଇ ରଥ ଭାବେ ପ୍ରସ୍ତୁତ କରାଯାଇଥିଲା । ଏହାର ଚାରି ପାଖରେ କର୍ଡନ କରାଯାଇଥିଲା । ପରେ ତିନୋଟି ଜିପ୍‌କୁ ରଥ ଭାବେ ଟଣାଯାଇଥିଲା । ତେବେ ରଥଟଣା ବେଳେ କିଭଳି ଦଉଡ଼ି ଧରିବାକୁ ହେବ, ରଥ ଅଟକିବା ବେଳେ କିଭଳି ରଥ ଦଉଡି ରଖିବାକୁ ହେବ, ଭକ୍ତଙ୍କୁ ନିୟନ୍ତ୍ରଣ କରାଯିବ ସେନେଇ ମକ୍ ଡ୍ରିଲ୍ ହୋଇଥଲା । ପହଣ୍ଡି ସମୟରେ ରଥ ଚାରିପଟେ କର୍ଡନ ହେବ, ରଥ ଚାଲିଲା ବେଳେ କିଭଳି କର୍ଡନ ଭଙ୍ଗାଯିବ ଓ ପୁନର୍ବାର କର୍ଡନ କରାଯାଇ ପାରିବ ସେ ସମ୍ପର୍କରେ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ନିଜେ ପୁରୀ ଏସପି କେ. ବିଶାଲ ସିଂ, ବରିଷ୍ଠ ପୋଲିସ ଅଧିକାରୀ ଜ୍ଞାନ ମହାପାତ୍ର , ଆଇନ ଶୃଙ୍ଖଳା ଏଡିଜି ସଂଶୟ କୁମାରଙ୍କ ସହ ପୂର୍ବରୁ ରଥ ଯାତ୍ରାରେ ଡ୍ୟୁଟି କରିଥିବା ଅଭିଜ୍ଞ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ରଥଟଣା ମକ୍ ଡ୍ରିଲ୍ ହୋଇଥଲା ।

ପ୍ରଥମେ ରଥ ଭାବେ ପରିକଳ୍ପନା କରାଯାଇଥିବା ବଲଭଦ୍ରଙ୍କ ରଥ ତଥା ଜିପକୁ ପୋଲିସମାନେ ଟାଣିଥିଲେ । ପରେ ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥଙ୍କ ପରିକଳ୍ପିତ ରଥ ତଥା ଜିପକୁ ଟଣା ଯାଇଥିଲା । ତେବେ ଆଜି ଓ ଆସନ୍ତାକାଲି ଏହି ରଥଟଣା ମକ୍ ଡ୍ରିଲ୍ ପୁରୀ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ହେବ । ଏଥିରେ ରାପିଡ ଆକ୍ସନ ଫୋର୍ସ, SOG, IRB, ଓଡ଼ିଶା ପୋଲିସ ସାମିଲ ହୋଇଥିଲେ । ମକ୍ ଡ୍ରିଲ୍‌କୁ ନେଇ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, "ଚଳିତ ରଥଯାତ୍ରାରେ ଲକ୍ଷଲକ୍ଷ ଭକ୍ତ ଆସିବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମକ୍‌ଡ୍ରିଲ୍ ବହୁତ୍ ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ରଥ କିଭଳି ଗଡିବ, ଏହାକୁ କିଭଳି ନିୟନ୍ତ୍ରଣ କରିହେବ, ସବୁ ବିଭାଗର ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ କାହାର କଣ ଦାୟିତ୍ବ ରହିଛି ସେନେଇ ସେମାନେ ଅବଗତ ହୋଇପାରିବେ ।" ମହାପ୍ରଭୁଙ୍କ ଯାତ୍ରାକୁ ସଫଳ କରିବା ପାଇଁ ପୋଲିସ ବିଭାଗ ପୁରା ପ୍ରସ୍ତୁତ ଥିବା ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.