ETV Bharat / state

ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ - ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫେରସିଂ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm to flag off puri howrah vande bharat express

author img

By

Published : May 18, 2023, 1:21 PM IST

Updated : May 18, 2023, 3:55 PM IST

vande bharat express

ପୁରୀ: ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଭିସି ଯୋଗେ ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଓ୍ବଡାରୁ ବାହାରି ପୁରୀରେ ପହଞ୍ଚିବା ପରେ ଭିଡିଓ କନଫେରସିଂରେ ସବୁଜ ପତକା ଦେଖାଇ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଥିବାରୁ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ପୂର୍ବରୁ କେରଳ,ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ବିହାର ଓ ଝାଡଖଣ୍ଡରେ ଏହି ଅତ୍ୟାଧୁନିକ ଟ୍ରେନର ଶୁଭାରମ୍ଭ କରିଥିଲେ ମୋଦି ।

ଏହି କାର୍ଯ୍ୟକ୍ରମରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିବା ବେଳେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣ , ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଲୋକ ପ୍ରତିନିଧି ଉପସ୍ଥିତ ରହିଥିଲେ । ଆଜି ସକାଳ 6ଟା 10ରୁ ହାୱଡା ଷ୍ଟେସନରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଅତ୍ୟାଧୁନିକ ଟ୍ରେନ ପୁରୀ, ଯାଜପୁର, ଖୋର୍ଦ୍ଧା, ବାଲେଶ୍ବରଏବଂ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ ମେଦିନାପୁର ଦେଇ ଯାତାୟତ କରିବ।

ଆଜି ସକାଳ 6ଟା 10ରୁ ହାଓ୍ବଡାରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଟ୍ରେନ । ଏହାପରେ ମଧ୍ୟାହ୍ନ 12ଟା 25 ମିନିଟରେ ପୁରୀରେ ପହଞ୍ଚିବା ପରେ 12ଟା 56 ମିନିଟରେ ଏହାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ 1 ଟା 50 ମିନିଟ ସମୟରେ ପୁରୀ ଷ୍ଟେସନ ଛାଡି ସନ୍ଧ୍ୟା ସାଢ଼େ 8 ଟାରେ ହାୱଡାରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ ।

ଏହା ମଧ୍ୟ ପଢନ୍ତୁ-BSE Matric Result 2023: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୬.୪%

ପୁରୀରୁ ହାୱଡା ଷ୍ଟେସନ ମଧ୍ୟରେ 7ଟି ଷ୍ଟପେଜରେ ଏହି ବନ୍ଦେ ଭାରତ ଟ୍ରେନ ରହଣି କରିବ । ପୂର୍ବରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର ରୋଡ୍, ଭଦ୍ରକ ଷ୍ଟେସନରେ ଟ୍ରେନ ରହିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ବାଲେଶ୍ୱର ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି । ଏଥିସହ ଖଡ଼ଗପୁର ଷ୍ଟେସନରେ ମଧ୍ୟ ରହଣି କରିବ । ଟ୍ରେନଟି ପ୍ରତ୍ୟେକ ଷ୍ଟେସନରେ 2 ମିନିଟ ଲେଖାଏଁ ରହଣି କରିବା ନେଇ ସୂଚନା ମିଳିଛି । କେବଳ ଗୁରୁବାରକୁ ଛାଡି ଦେଲେ ସପ୍ତାହକୁ 6 ଦିନ ଚାଲିବାକୁ ବନ୍ଦେ ଭାରତ ଏକ୍ସପ୍ରେସ ।

ଇଟିଭି ଭାରତ, ପୁରୀ

Last Updated : May 18, 2023, 3:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.