ETV Bharat / state

ଜ୍ବରରେ ପୀଡ଼ିତ ମହାପ୍ରଭୁ, ଲାଗି ହେବ ଫୁଲୁରି ତେଲ

author img

By

Published : Jun 22, 2019, 10:34 AM IST

ଅଣସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହେବ ସ୍ୱତନ୍ତ୍ର ଫୁଲୁରି ତେଲ। ଦ୍ଵି-ପ୍ରହର ଧୂପ, ପରେ ଏହି ନୀତି ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଫିଟେଇଲା ପରେ ଲାଗି ହେବ ସ୍ବତନ୍ତ୍ର ଫୁଲୁରି ତେଲ ।

ଫଟୋ ସୌଜନ୍ୟ: ସମ୍ବାଦାତା, ପୁରୀ

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ 108 ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ଅଛନ୍ତି ମହାପ୍ରଭୁ। ଅଣସରରେ ଗୃହରେ ଦଇତାପତିମାନେ କରୁଛନ୍ତି ଗୁପ୍ତସେବା । ଆଉ ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ଦ୍ଵି-ପ୍ରହର ଧୂପ ପରେ ଏହି ନୀତି ଅନୁଷ୍ଠିତ ହେବ। ଦଇତାପତି ଓ ପତି ମହାପାତ୍ର ସେବକମାନେ ଏହି ଫୁଲୁରି ତେଲ ଲାଗି ସେବା କରିବେ। ତା ପରେ ଧୀରେଧୀରେ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତୀ ।

ଭିଡିଓ ସୌଜନ୍ୟ: ସମ୍ବାଦାତା, ପୁରୀ

ପରମ୍ପରା ଅନୁସାରେ, ଅଣସରର ପଞ୍ଚମ ଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ସ୍ୱତନ୍ତ୍ର ଫୁଲୁରି ତେଲ ମାଲିସ କରାଯାଏ । ଓଡ଼ିଆ ମଠ ପକ୍ଷରୁ ଏହି ସ୍ୱତନ୍ତ୍ର ଫୁଲୁରି ତେଲ ତିଆରି ବିଶେଷ ଭାବେ ପ୍ରସ୍ତୁତ କରାଯାଏ। ବିଶୁଦ୍ଧ ରାଶି ତେଲରେ ବିଭିନ୍ନ ସୁବାସିତ ପୁଷ୍ପ ଯଥା , ମଲ୍ଲୀ, କେତକୀ, ଜୁଇ ଆଦି ଫୁଲ ତେଲରେ ପକାଯାଏ।

ତେବେ ଗତ ବର୍ଷ ହେରା ପଞ୍ଚମୀ ଦିନ ଏହି ତେଲକୁ ପ୍ରସ୍ତୁତ କରାଯାଇ ମାଟି ତଳେ ଏକ ପାତ୍ରରେ ଏକ ବର୍ଷ ପାଇଁ ପୋତାଯାଇ ରଖାଯାଏ। ଅଣସରର ପଞ୍ଚମୀ ତିଥିରେ ମାଟି ତଳୁ ଏହି ସ୍ୱତନ୍ତ୍ର ତେଲ ବାହାର କରାଯାଇ ଶ୍ରୀମନ୍ଦିରକୁ ଦିଆଯାଏ। ପରେ ମହାପ୍ରଭୁଙ୍କ ଗୁପ୍ତ ନୀତିକାନ୍ତି ସରିବା ପରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହୁଏ। ପରେ ମହାପ୍ରଭୁ ଦଶ ମୂଳ ଔଷଧ ଖାଇ ସୁସ୍ଥ ହୁଅନ୍ତି। ପରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦିଅନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.