ପୁରୀ: ବଢିବନି ଡେନଲାଇନ । ଡିସେମ୍ବର ପହିଲାରୁ ପୁଣି କଡାକଡି ହେବ ନୂଆ ମଟରଯାନ ଆଇନ । ଆଉ ଗାଡି କାଗଜପତ୍ର ନଥିଲେ ଫାଇନ କଟାଯିବ।
ସରକାର ଏହି ଆଇନକୁ ଗତ ଅଗଷ୍ଟ ମାସରୁ ଡିସେମ୍ବର ତିନି ମାସ ପର୍ଯ୍ୟନ୍ତ କୋହଳ କରି ସମସ୍ତ କାଗଜପତ୍ର କରାଇ ନେବାକୁ ପରାମର୍ଶ ଦେଇଥିଲେ । ତେବେ ତିନି ମାସ ସମୟ ସାରିବାକୁ ଥିବା ସତ୍ତ୍ବେ ଅନେକ ଲୋକ ଗାଡି କାଗଜପତ୍ର କରି ପାରିନହାନ୍ତି । ଏବେବି ଆରଟିଓ ଅଫିସରେ ଦେଖିବାକୁ ମିଳୁଛି ଗହଳି । ପୁରୀରେ ମଧ୍ୟ ସମାନ ଅବସ୍ଥା । ଲୋକ ଘଣ୍ଟା ଘଣ୍ଟା ଧରି ଲାଇନରେ ରହି ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି। ତେବେ ପୁରୀ ଆରଟିଓ ଅଫିସରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ହେତୁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗାଡି ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ ପାଇଁ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
ତେବେ ଲାଇସେନ୍ସ ଆବେଦନ ଓ ରିନ୍ୟୁଆଲ ପାଇଁ ଅନ ଲାଇନ ଅର୍ଥ ପଇଠ କରିବାକୁ ପଡୁଥିବା ବେଳେ ସ୍ମାର୍ଟ ସେକ୍ସନ ପାଇଁ ଅଫ ଲାଇନରେ ଆବେଦନ କରିବାକୁ ପଡୁଛି। ଫଳରେ ହଜାର ହଜାର ଲୋକେ ଅଯଥାରେ ଆରଟିଓରେ ଲାଇନ ଲଗାଉଛନ୍ତି । ସମସ୍ତ ଫିସ୍ ଅନଲାଇନରେ ନେବାକୁ ଦାବି କରିଛନ୍ତି ଲୋକ ।
ସେହିପରି ଆରଟିଓ କାର୍ଯ୍ୟଳୟରେ ଭିଡ଼ କମାଇବା ପାଇଁ ବ୍ଲକ କାର୍ଯ୍ୟଳୟରେ ସ୍ବତନ୍ତ୍ର କ୍ୟାମ୍ପ ଖୋଲି ଲର୍ଣ୍ଣିଂ ଲାଇସେନ୍ସ ଦେବାକୁ ମଧ୍ୟ ଦାବି ହୋଇଛି । ଅନ୍ୟପଟେ ପୁରୀ ଏମ୍ଭିଆଇ ପିକେ ପ୍ରଧାନ କହିଛନ୍ତି ଲୋକଙ୍କ ସୁବିଧା ପାଇଁ ଆରଟିଓ ଅଫିସରେ ସୀମିତ ସମ୍ବଳରେ ଅଵଶ୍ୟକ ବ୍ୟବସ୍ଥା ହୋଇଛି । ବାୟୋ ମେଟ୍ରିକ ପାଇଁ 3 ଟି କାଉଣ୍ଟର ଓ ଲର୍ଣ୍ଣିଂ ପାଇଁ 2 ଟି କାଉଣ୍ଟର କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି । ସେହିପରି ଗତ ତିନିମାସ ଭିତରେ 27 ହଜାରରୁ ଅଧିକ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ 8 ହଜାରରୁ ଅଧିକ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଓ 5 ହଜାର ଲୋକଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ କରାଯାଇଛି ।
ତେବେ ଆଗକୁ ଯଦି ଭିଡ଼ ବଢେ ଆରଟିଓ ଅଫିସରେ ଆଉ କିଛି ବ୍ୟବସ୍ଥା ହେବ ବୋଲି ପୁରୀ ଏମଭିଆଇ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ