ETV Bharat / state

ରଜରେ ଭୁଲିଗଲେ କୋରୋନା କଟକଣା, ପ୍ରବଳ ଭିଡ ସତ୍ତ୍ବେ ନିରବଦ୍ରଷ୍ଚା ପୋଲିସ - puri district news

ବ୍ରହ୍ମଗିରିରେ ରଜ ପର୍ବ ଅବସରରେ ଲୋକେ ଭୁଲିଗଲେ କୋରୋନା କଟକଣା। ମନ୍ଦିରରେ ଅସମ୍ଭାଳ ଭିଡ । ନିରବ ଦ୍ରଷ୍ଟା ସାଜିଲା ପୋଲିସ । ଅଧିକ ପଢନ୍ତୁ...

ରଜରେ ଭୁଲିଗଲେ କୋରୋନା କଟକଣା,  ପ୍ରବଳ ଭିଡ ସତ୍ତ୍ବେ ନିରବଦ୍ରଷ୍ଚା ପୋଲିସ

author img

By

Published : Jun 15, 2021, 4:27 PM IST

ବ୍ରହ୍ମଗିରି: ସାଧାରଣ ଦିନ ପରି ମନ୍ଦିରରେ ଦେଖିବାକୁ ମିଳିଛି ଭିଡ । ସମସ୍ତେ ଭୁଲିଗଲେ କୋଭିଡ କଟକଣା । ପୋଲିସ ସେଠାରେ ଉପସ୍ଥିତ ରହି ନିରବ ଦ୍ରଷ୍ଟା ହୋଇ ସେଠାରେ ବସି ରହିଥିଲା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅରକୁଦା ମେରାଇନ ଥାନା ଅନ୍ତର୍ଗତ ହରି ସହଦେବ ମନ୍ଦିରରେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଗହଳି ଏଡାଇବା ସହ ଓ ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏପରି ସମୟରେ ମନ୍ଦିରରେ ଭିଡ ଓ ପୋଲିସ ପ୍ରଶାସନର ନିରବତା ସବୁଠି ପ୍ରଶ୍ନ ସୃଷ୍ଟି କରିଛି ।

ରଜରେ ଭୁଲିଗଲେ କୋରୋନା କଟକଣା, ପ୍ରବଳ ଭିଡ ସତ୍ତ୍ବେ ନିରବଦ୍ରଷ୍ଚା ପୋଲିସ

ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମଗିରିର ସମସ୍ତ ମଠ ମନ୍ଦିରରେ 144 ଧାରା ଜାରି କରି ମନ୍ଦିର ଗୁଡ଼ିକୁ ଲୋକ ଯିବା ପାଇଁ ବାରଣ କରାଯାଇଛି। କିନ୍ତୁ ମଙ୍ଗଳବାର ଦିନ ରଜ ସଂକ୍ରାନ୍ତି ପର୍ବ ଥିବାରୁ ଆଖ ପାଖର ସହ ସହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରରେ ଭୋଗ ଦୀପ ଦୋକାନ ଗୁଡ଼ିକ ବିନା ସଙ୍କୋଚରେ ଦୋକାନ ଖୋଲି ବେପାର କରୁଥିବା ଦେଖିବାକୁ ମିଳିଥିଲା । ମନ୍ଦିର ବେଢ଼ା ଭିତରେ ଏତେ ମାତ୍ରାରେ ଗହଳି ଥିଲା ଯେ ଭିତରେ ପଶିବା ସମ୍ଭବ ମଧ୍ୟ ହେଉନଥିଲା। ଏପରି ସ୍ଥିତି କୋରନା ମହାମାରୀ ବ୍ୟାପିବାର ଏକ ମାଧ୍ୟମ ସାଜିଥିଲା ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

ସେଠାରେ 2 ଜଣ ପୋଲିସ କର୍ମଚାରୀ ଏହା ଦେଖି ଲୋକ ଏବଂ ଦୋକାନୀମାନଙ୍କୁ ଏଥିରୁ ବାରଣ କରିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ବସି ରହି ଲୋକ ଗହଳିକୁ ଉପଭୋଗ କରୁଥିବା ମୁଦ୍ରାରେ ଦେଖିବାକୁ ମିଳିଥିଲେ । ବ୍ରହ୍ମଗିରି ଅଞ୍ଚଳରେ କୋରୋନା ମିଟର ଉପର ମୁହାଁ ହେଉଥିବାବେଳେ ପୋଲିସ ପ୍ରଶାସନ ଉପସ୍ଥିତରେ ଏପରି ଆଇନ ଅମାନ୍ୟ କର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହ ସ୍ଥାନୀୟ ପୋଲିସ ପ୍ରଶାସନ ଉପରେ କଯ୍ୟନୁଷ୍ଠାନ ଦାବି କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.