ETV Bharat / state

କଂଗ୍ରେସ ପାଇଁ ପ୍ରଚାର ମୈଦାନରେ PCC ସଭାପତି

କଂଗ୍ରେସ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିପିଲି ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ଅଧିକ ପଢ଼ନ୍ତୁ...

କଂଗ୍ରେସ ପାଇଁ ପ୍ରଚାର ମଇଦାନରେ ପିସିସି ସଭାପତି

author img

By

Published : Sep 24, 2021, 8:51 PM IST

ପୁରୀ: କଂଗ୍ରେସ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିପିଲି ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଘରକୁ ଘର ବୁଲି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ଅବସରରେ ବିଜେପି ଓ ବିଜେଡିକୁ ମିଛ ସୌଦାଗର ବୋଲି କହିଛନ୍ତି ପିସିିସି ସଭାପତି । କେବଳ ମିଛ ପ୍ରତିଶୃତି ଦେଇ ଉଭୟ ବିଜେପି ଓ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଥିବା ସେ ଅଭିଯୋଗ କରିଛନ୍ତି ।

କଂଗ୍ରେସ ପାଇଁ ପ୍ରଚାର ମଇଦାନରେ ପିସିସି ସଭାପତି

କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଯୋଗୁଁ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ କୃଷକଙ୍କୁ ହତାଶ କରିବା ସହ ଯୁବକଙ୍କୁ ରୋଜଗାର ଦେଉନାହାନ୍ତି । ଦୁର୍ନୀତି ଭ୍ରଷ୍ଟାଚାରକୁ ମୁଦ୍ଦା କରି କଂଗ୍ରେସ ପିପିଲି ଉପନିର୍ବାଚନ ଲଢ଼ୁଥିବା କଥା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ପିପିଲି ଉପ ନିର୍ବାଚନରେ ବିଜେପି ଓ ବିଜେଡିକୁ ଉଚିତ୍‌ ଜବାବ ଦେବେ ବୋଲି ସେ କହିଛନ୍ତି । ଏଥିପାଇଁ ଉପନିର୍ବାଚନରେ କଂଗ୍ରେସକୁ ଭୋଟ୍‌ ଦେବାକୁ ପିସିସି ସଭାପତି ନିବେଦନ କରିଛନ୍ତି ।

ସେହିପରି ପିପିଲିର ପୂର୍ବତନ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ଗୋଷ୍ଠୀ ବିଜେଡିକୁ ନିର୍ବାଚନରେ ସମର୍ଥନ କଲେ ମଧ୍ୟ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସ୍ୱାର୍ଥ ସାଧନ ପରେ କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି । ଲୋକମାନେ ସବୁ ବୁଝି ସାରିଛନ୍ତି ।

ଆସନ୍ତା ଉପ ନିର୍ବଚନରେ କଂଗ୍ରେସକୁ ଏକ ସୁଯୋଗ ଦେବାକୁ ପିସିସି ସଭାପତି ଭୋଟରଙ୍କୁ ଅନୁରୋଧ କରିଛନ୍ତି । ପିପିଲିରେ ଦୀର୍ଘ ବର୍ଷ ହେବ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନାହିଁ। ଏଣୁ ଭୋଟର ମାନେ ଅତିଷ୍ଠ ହୋଇ ବିକଳ୍ପ ଭାବେ କଂଗ୍ରେସକୁ ନିର୍ବାଚନରେ ଜିତାଇବେ ବୋଲି କଂଗ୍ରେସ ସଭାପତି ଆଶାୟୀ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.