ETV Bharat / state

ପୁରୀ ଜିଲ୍ଲା ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ଯ ସେବା, ସିଡିଏମଓଙ୍କୁ ତାଗିତ କଲେ ମନ୍ତ୍ରୀ - ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ପୁରୀ ବାସୀ । ଜଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଚିକିତ୍ସା ଅଧିକାରୀଙ୍କୁ ଦାୟୀ କରି ବଦଳି ପାଇଁ ଦାବି । ଅଧିକ ପଢନ୍ତୁ

lack of treatment in puri government Hospital

author img

By

Published : Jan 27, 2023, 11:53 AM IST

Updated : Jan 27, 2023, 12:54 PM IST

lack of treatment in puri government Hospital

ପୁରୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା । ସାଧାରଣ ରୋଗର ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛି । ଏଠାରେ ଚିକିତ୍ସା ହେବା ପରିବର୍ତ୍ତେ ରୋଗୀଙ୍କୁ କଟକ ଓ ଭୁବନେଶ୍ୱର ରେଫର କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସାମିଲ କରାଯାଇଥିଲେ ମଧ୍ୟ କୌଣସି ସୁବିଧା ରୋଗୀଙ୍କ ପାଇଁ ଉପଲବ୍ଧ ନାହିଁ । ହସ୍ପିଟାଲରେ ନବଜାତ ଶିଶୁମାନଙ୍କ ଚିକିତ୍ସା ପାଇଁ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ନଥିବା ବେଳେ ଗରୀବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି।

ପୁରୀ ଭଳି ବିଶ୍ବ ପର୍ଯ୍ୟଟନ ସ୍ଥଳୀରେ ମେଡିକାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।‌ କିଛିଦିନ ତଳେ ପୁରୀ ମେଡିକାଲର ଏକ ଭିଡିଓ ଭାଇରାଲ ହୋଇଥିଲା । ହସ୍ପିଟାଲ ଲିଫ୍ଟ ଅଚଳ ହୋଇଯିବାରୁ ଦୀର୍ଘ ୨୦ ମିନିଟ୍ ପରେ ଲିଫ୍ଟରୁ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ଗାଇନିକ୍ ୱର୍ଡରେ ଲାଗିଥିବା ଏହି ଲିଫ୍ଟ ସବୁବେଳେ ଅଚଳ ହୋଇପଡୁଥିବା ବେଳେ ରୋଗୀଙ୍କ ସୁରକ୍ଷା ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମେଡିକାଲରେ ଉତ୍ତମ ରୋଗୀ ସେବା, ମେଡିକାଲ ସୁପରିଚାଳନା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ଏହାର ସୁବିନିଯୋଗ ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ମିଶ୍ର ଆଦୌ ଗୁରୁତ୍ୱ ଦେଉନଥିବା ସାଂଘାତିକ ଅଭିଯୋଗ ହୋଇଛି । ରୋଗୀଙ୍କ ଜୀବନ ସହିତ ଖେଳୁଥିବାରୁ ସିଡିଏମଓଙ୍କୁ ତୁରନ୍ତ ପଦବୀରୁ ହଟାଯାଇ ଦକ୍ଷ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯାଉ ବୋଲି ଦାବି କରିଛନ୍ତି ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

ସେପଟେ ସିଡିଏମଓ ସୁଜାତା ମିଶ୍ରଙ୍କ ନାଁ ରେ ମାଳମାଳ ଅଭିଯୋଗ ଆସିବା ପରେ ନିଜ କର୍ତ୍ତବ୍ୟ ସଠିକ ଭାବେ ପାଳନ କରିବା ନେଇ ଗଣଶିକ୍ଷା ମନ୍ତ୍ରୀ ତାଗିଦ କରିଛନ୍ତି । ପୁରୀ ଜିଲ୍ଲା ପରିଷଦ ବୈଠକ ମନ୍ତ୍ରୀ ତାଗିଦ କରିଥିଲେ । ପୁରୀ ସିଡିଏମ୍ଓଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି ଓଡ଼ିଶାବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । କିନ୍ତୁ ପୁରୀ ସିଡିଏମଓ ସୁଜାତା ମିଶ୍ରଙ୍କ ମନମାନି ଯୋଗୁଁ ଉପଯୁକ୍ତ ଚିକିତ୍ସା ସେବା ପାଇ ପାରୁନାହାନ୍ତି ପୁରୀ ଜିଲ୍ଲାବାସୀ ଓ ପର୍ଯ୍ୟଟକ । ସିଡିଏମଓ ସୁଜାତା ମିଶ୍ରଙ୍କ ବିରୋଧରେ ଦିନକୁ ଦିନ ଅସନ୍ତୋଷ ବଢୁଥିବା ବେଳେ ରାଜ୍ୟ ସରକାର ଏଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ଏବେ ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ପୁରୀ

Last Updated : Jan 27, 2023, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.