ETV Bharat / state

କୋଭିଡ ନିୟମରେ ବନ୍ଧା ପଡିଲା ପଞ୍ଚୁଦୋଳ ମେଲଣ - ପଞ୍ଚୁଦୋଳ ମେଲଣ

ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଧୁମଧାମରେ ପାଳନ ହେଉଥିବା ପଞ୍ଚୁଦଳ ମେଲଣ ଚଳିତ ବର୍ଷ ସୀମିତ ଲୋକଙ୍କ ମଧ୍ୟରେ ପାଳନ କରାଯିବ । ଅଧିକ ପଢନ୍ତୁ...

କୋଭିଡ ନିୟମରେ ବନ୍ଧା ପଡିଲା ପଞ୍ଚୁଦୋଳ ମେଲଣ
କୋଭିଡ ନିୟମରେ ବନ୍ଧା ପଡିଲା ପଞ୍ଚୁଦୋଳ ମେଲଣ
author img

By

Published : Apr 2, 2021, 1:31 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିର ଦୁଇଶହ ବର୍ଷର ପରମ୍ପରା ହେଉଛି ପଞ୍ଚୁଦୋଳ ମେଲଣ । କିନ୍ତୁ ଚଳିତ ବର୍ଷ ଏହି ଦୀର୍ଘ ବର୍ଷର ପରମ୍ପରାରେ ହାତକଡି ପକାଇଛି କୋଭିଡ କଟକଣା । ତେବେ 108 ଦୋଳର ମେଲଣ ହେଲେ ମଧ୍ୟ ସୀମିତ ଲୋକଙ୍କ ମଧ୍ୟରେ ଏହି ପର୍ବକୁ ଶେଷ କରାଯିବ ।

କୋଭିଡ ନିୟମରେ ବନ୍ଧା ପଡିଲା ପଞ୍ଚୁଦୋଳ ମେଲଣ

ଜିଲ୍ଲାର ବ୍ରହ୍ମଗିରି ପଞ୍ଚୁଦୋଳ ମେଲଣରେ 108 ଦୋଳଙ୍କ ମେଲଣ ହୁଏ । ଏଠାକୁ ପଞ୍ଚୁ ପାଣ୍ଡବ ପାଞ୍ଚ ଭାଇ ଆସିଥାନ୍ତି । ବର୍ଷକୁ ଥରଟିଏ ପାଞ୍ଚ ଭାଇଙ୍କ ମିଳନ ହୋଇଥାଏ । ତାଙ୍କରି ନାମାନୁସାରେ ଏହି ମେଲଣର ନାମ ପଞ୍ଚୁଦୋଳ ମେଲଣ ବହୁ ପୁରାତନ କାଳରୁ ରହିଆସିଛି । କିନ୍ତୁ ଚଳିତ ବର୍ଷ କୋଭିଡ ହେତୁ ପ୍ରଶାସନର ତାଗିଦ ଯୋଗୁଁ ଦୋଳ ସାଙ୍ଗରେ କେବଳ ସୀମିତ ଲୋକଙ୍କ ସହ ଠାକୁରଙ୍କ ଦୋଳ ଆସିବ। ।

ଠାକୁରଙ୍କ ମେଲଣ ହେବ, କିନ୍ତୁ କୌଣସି ଦୋକାନ, ମୀନାବଜାର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ଫଳରେ ପ୍ରତିବର୍ଷ ଧୁମଧାମରେ ପାଳନ ହେଉଥିବା ଏହି ମେଲଣ ଚଳିତ ବର୍ଷ ଫିକା ପଡିବ । ପ୍ରଶାସନର ନିୟମ ମାନି ଏହି ମେଲଣ ପାଇଁ ପଞ୍ଚୁଦୋଳ ମେଲଣ କମିଟିର ସମସ୍ତ ପ୍ରସ୍ତୁତି ଶେଷ ପ୍ରଯ୍ୟାୟରେ ରହିଥିବା ଜଣାପଡିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.