ETV Bharat / state

ପଞ୍ଚାୟତ ଟକ୍କର: ପୁରୀ ଜିଲ୍ଲାରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର - ପୁରୀର 26 ନମ୍ବର ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀଙ୍କ ପ୍ରଚାର

ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ପ୍ରାର୍ଥୀ ଘର ମୁହାଁ । ଘରକୁ ଘର ବୁଲି ପ୍ରାର୍ଥୀ ଭୋଟ ଦେବା ଲାଗି ଭୋଟରଙ୍କୁ କରୁଛନ୍ତି ନିବେଦନ । ତେବେ ପୁରୀର 26 ନମ୍ବର ଜିଲ୍ଲା ପରିଷଦ ଜୋନରେ ଏବେ ପ୍ରଚାର ଜମିବାରେ ଲାଗିଛି । ଅଧିକ ପଢନ୍ତୁ

panchayat election campaigning by candidate
ପଞ୍ଚାୟତ ଟକ୍କର: ପୁରୀ ଜିଲ୍ଲାରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
author img

By

Published : Jan 31, 2022, 10:53 PM IST

Updated : Jan 31, 2022, 11:01 PM IST

ପୁରୀ: ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ପ୍ରାର୍ଥୀ ଘର ମୁହାଁ । ଘରକୁ ଘର ବୁଲି ପ୍ରାର୍ଥୀ ଭୋଟ ଦେବା ଲାଗି ଭୋଟରଙ୍କୁ କରୁଛନ୍ତି ନିବେଦନ । ତେବେ ପୁରୀର 26 ନମ୍ବର ଜିଲ୍ଲା ପରିଷଦ ଜୋନରେ ଏବେ ପ୍ରଚାର ଜମିବାରେ ଲାଗିଛି ।

ମୁଖ୍ୟତଃ ବିଜେପି ଓ ବିଜେଡି ପ୍ରଚାରରେ ଆଗରେ ରହିଛନ୍ତି । 26 ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡି ପ୍ରାର୍ଥୀନୀ ମମିନା ଦାସ ଡୋର ଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି । ନିର୍ବାଚନରେ ଭୋଟର ତାଙ୍କୁ ଜିତାଇଲେ ନିଜ ଅଞ୍ଚଳରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି ।

ପଞ୍ଚାୟତ ଟକ୍କର: ପୁରୀ ଜିଲ୍ଲାରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାଭିମୁଖୀ ଯୋଜନା ଏବଂ ବିଜେଡି ସରକାରର ସୁଶାସନକୁ ପାଥେୟ କରି ସେ ନିର୍ବାଚନ ନିଶ୍ଚିତ ଜିତିବେ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ 26 ନମ୍ବର ଜୋନରୁ ବିଜେପିର ପ୍ରାର୍ଥୀନୀ ପିଙ୍କି ପାତ୍ର ମଧ୍ୟ ନିଜ ସପକ୍ଷରେ ଘରକୁ ଘର ଯାଇ ପ୍ରଚାର କରିଛନ୍ତି । ପିଙ୍କି ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ।

ତେବେ ପିଲା ବେଳୁ ସମାଜସେବା ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ୁଥିବା କହିଛନ୍ତି । ଶାସକ ବିଜେଡି ସରକାର ଦୁର୍ନୀତିକୁ ସେ ମୁଦ୍ଦା କରିଥିବାବେଳେ ନିର୍ବାଚନ ଜିତିଲେ ଗରିବ ଲୋକଙ୍କ ସେବା ସହ ଅଞ୍ଚଳରେ ଉନ୍ନତି କରିବେ ବୋଲି କହିଛନ୍ତି। ତେବେ ଭୋଟର କହିଛନ୍ତି ପ୍ରାର୍ଥୀଙ୍କ ପ୍ରଚାର, ପ୍ରଲୋଭନରେ ପ୍ରଭାବିତ ହେବେନି ।

ଏଥିସହ ନିଜ ବିବେକ ଅନୁଯାୟୀ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ଭୋଟର । ପୁରୀ ଜିଲ୍ଲାର 26 ନମ୍ବର ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀ କିଭଳି ପ୍ରଚାର କରୁଛନ୍ତି ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

Last Updated : Jan 31, 2022, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.