ETV Bharat / state

ଶ୍ରୀମନ୍ଦିରରେ ଆଜିଠୁ ଗୁଟଖା ଓ ପାନ ବ୍ୟାନ - ଶ୍ରୀମନ୍ଦିରରେ ପାନ, ଗୁଟଖା ବ୍ୟାନ

ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା ଆଦି ସେବନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Aug 1, 2019, 5:02 PM IST

ପୁରୀ: ଶ୍ରୀମନ୍ଦିରର ସ୍ବଚ୍ଛତା ଓ ପବିତ୍ରତାକୁ ନେଇ ଆଜିଠାରୁ ନୂଆ ପଦକ୍ଷେପ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା ଆଦିର ସେବନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ନୂଆ କରି ଲାଗୁ କରାଯାଇଥିବା ନିୟମରେ କେହି ବି ସେବାୟତ, ଭକ୍ତ ଏବଂ ଶ୍ରୀମନ୍ଦିର କର୍ମଚାରୀ ପାନଗୁଟଖା ଆଦି ସେବନ କରି ଶ୍ରୀମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ଯଦି ଏପରି କରୁଥିବାର ଦେଖାଯାଏ ତେବେ 5 ଶହ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ । ଏନେଇ ସିଂହଦ୍ବାର ସମ୍ମୁଖରେ ନୋଟିସ ଜାରି ହୋଇଛି । ତେବେ ଏହାକୁ ଭକ୍ତ ଓ ସେବକମାନେ ସ୍ବାଗତ କରିଛନ୍ତି । ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରରେ ସ୍ବଚ୍ଛତା ରହିବା ଜରୁରୀ ବୋଲି ସେବକ ଓ ଭକ୍ତମାନେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.