ETV Bharat / state

ବିଶ୍ୱ ପଖାଳ ଦିବସ: ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗିହୁଏ ବିଭିନ୍ନ ରକମର ପଖାଳ - ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ସ୍ୱତନ୍ତ୍ର ପଖାଳ ଭୋଗ

ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ଅଧିକ ପଢନ୍ତୁ

ବିଶ୍ୱ ପଖାଳ ଦିବସ
ବିଶ୍ୱ ପଖାଳ ଦିବସ
author img

By

Published : Mar 20, 2023, 1:25 PM IST

ବିଶ୍ୱ ପଖାଳ ଦିବସ

ପୁରୀ: ପ୍ରତିଟି ଓଡିଆଙ୍କ ପାଇଁ ଆଜି ହେଉଛି ଗର୍ବ ଓ ଗୌରବର ଦିନ। ଆଜି ହେଉଛି ବିଶ୍ବ ପଖାଳ ଦିବସ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ 20 ତାରିଖକୁ ବିଶ୍ବ ପଖାଳ ଦିବସ ରୂପେ ପାଳନ କରାଯାଏ । ତେବେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ଯ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । କୋଟି ଓଡିଆଙ୍କ ମଉଡମଣି ତଥା କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ହେଉଥିବା ଏହି ପଖାଳର ଅନେକ ନାଁ ରହିଛି ।

ଶ୍ରୀମନ୍ଦିରରେ ମହାପ୍ରଭୁ ଙ୍କ ସନ୍ଧ୍ୟା ଧୂପରେ ସ୍ୱତନ୍ତ୍ର ପଖାଳ ଭୋଗ ନୀତି ହୋଇଥାଏ। ତେବେ ମହାପ୍ରଭୁ ଙ୍କ ର ବିଭିନ୍ନ ପଖାଳ ଭିତରୁ ଅନ୍ୟତମ ପଖାଳ ହେଉଛି ସୁବାସ ପଖାଳ । ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ଲାଗି କରାଯାଏ । ଏହି ଅନ୍ନର ବାସ୍ନା ବେଶ୍ ସୁଗନ୍ଧିତ ହୋଇଥିବାରୁ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ । ସେହିପରି ଚୁପୁଡା ପଖାଳ ମଧ୍ଯ ଲାଗି ହୋଇଥାଏ। ରନ୍ଧା ହୋଇଥିବା ଅନ୍ନକୁ ପ୍ରଥମେ ଭଲ ଭାବେ ଚିପୁଡି ଦିଆଯାଏ । ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୂଙ୍କୁ ଲାଗି କରାଯାଏ । ଅନ୍ନକୁ ଚିପୁଡା ଯାଇ ଥିବାରୁ ଏହାକୁ ଚୁପୁଡା ପଖାଳ କୁହାଯାଏ । ସେହିପରି ପାଣି ପଖାଳ ପାଇଁ ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ । ଏଥିରେ ଅନ୍ୟ କୌଣସି ପ୍ରକାରର ଦ୍ରବ୍ୟ ମିଶ୍ରଣ କରାଯାଇ ନଥାଏ ।

ତେବେ ମହାପ୍ରଭୁଙ୍କ ପ୍ରିୟ ହେଉଛି ଦହି ପଖାଳ। ଶୁଖିଲା ଅନ୍ନରେ କେବଳ ଦହି ପକାଇ ଦିଆଯାଏ । ଏଥିରେ ଦହିର ମାତ୍ରା ଅଧିକ ଥାଏ। ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଇଥାଏ ଦହି ପଖାଳ । ଆଉ ଏକ ପଖାଳ ହେଉଛି ମିଠା ପଖାଳ । ସାଧା ଅନ୍ନରେ ଚିନି ଅବା ଗୁଡ ପକାଇ ରନ୍ଧା ଯାଇଥାଏ ମିଠା ପଖାଳ । ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପ୍ରସ୍ତୁତ କରାଯାଏ । ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ମଲ୍ଲିଫୁଲ ପଖାଳ । ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥିବା ବେଳେ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ । ଠାକୁରଙ୍କ ପାଇଁ ଟୋଭା ପଖାଳ ମଧ୍ଯ ଲାଗି ହୋଇଥାଏ । ଅନ୍ନରେ ଟୋଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ । ତେବେ ପଖାଳ କେବଳ ଲୋକଙ୍କ ଭିତରେ ସୀମିତ ନ ଥାଏ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପାଇଁ ମଧ୍ଯ ବିଭିନ୍ନ ନାମ ର ପଖାଳ ପ୍ରସାଦ ଭାବେ ଲାଗି ହୋଇଥାଏ।

ଘରେ ଘରେ ପରିଚିତ ପଖାଳ । ପଖାଳର ଆମ ସଂସ୍କୃତିରେ ନିବିଡ଼ ସମ୍ପର୍କ ରହିଛି । ପଖାଳ ସହ ବଡି ଚୁରା, ଶାଗ, ଆଳୁ ଭରତା ଏକ ନିଆରା ଭୋଜନ । ପଖାଳ ସହ ଶରୀର ତତ୍ୱର ମଧ୍ୟ ସମ୍ପର୍କ ରହିଛି । ପଖାଳ ଖାଇଲେ ଅନେକ ରୋଗ ଭଲ ହୋଇଯାଏ ବୋଲି ସାଧାରଣ ମତରେ ଅନେକ ଆଲୋଚନା ହୁଏ । ଗ୍ରୀଷ୍ମ ଆସିଲେ ପଖାଳ କଂସା ଏକ ପ୍ରମୁଖ ଖାଦ୍ୟ ପାଲଟି ଯାଏ । ଗରିବ ଶ୍ରେଣୀଠାରୁ ଆରମ୍ଭ କରି ଧନୀ ବ୍ୟକ୍ତି, ସବୁ ବର୍ଗର ଲୋକଙ୍କ ପାଇଁ ପଖାଳ ଏକ ନିଆରା ବ୍ୟଞ୍ଜନ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.