ETV Bharat / state

ମହାପ୍ରଭୁଙ୍କ ପଦ୍ମ ବେଶ: 5 ହଜାରରୁ ଅଧିକ ଫୁଲ ଦାନ ଏହି ଭକ୍ତ - padma besha of lord jagannath

ଭାବ ବିନୋଦିଆ କାଳିଆ ଠାକୁର । ଭକ୍ତ ବତ୍ସଳ, ନିଳାଚଳ । ତାକୁ ଟିକେ ମନ ପୁରାଇ ଦେଖିବାକୁ ତ ତାକୁ ନିଜ ମନ କଥା କହିବାକୁ କାହିଁ କେଉଁ ଦୂରରୁ ଧାଇଁ ଆସନ୍ତି ଭକ୍ତ । ଠିକ ସେମିତି ଇଏ ଏମିତି ଏକ ଭକ୍ତ ଯିଏ, 11 ବର୍ଷ ଧରି ଯୋଗାଇ ଆସୁଛନ୍ତି ପଦ୍ମ । ଆଉ ଜୀବନ ଥିବା ଯାଏ ପଦ୍ମ ଯୋଗଇବେ ବୋଲି ମନସ୍ଥ କରିଛନ୍ତି ।

ମହାପ୍ରଭୁଙ୍କ ପଦ୍ମ ବେଶ:  5 ହଜାରରୁ ଅଧିକ ଫୁଲ ଦାନ ଏହି ଭକ୍ତ

author img

By

Published : Feb 14, 2021, 9:57 AM IST

ପୁରୀ:ଅପୂର୍ବ ପଦ୍ମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସୋଲ, ଜରି, ଜମ୍ବୁରାରେ ନିର୍ମିତ ପଦ୍ମ ପାଖୁଡା ଭକ୍ତଙ୍କୁ ଲାଗି କରାଯାଇଛି । ଆଉ ସବୁଠୁ ବଡ କଥା ହେଉଛି 5 ହଜାରରୁ ଅଧିକ ପଦ୍ମ ଫୁଲ ଜଣେ ଭକ୍ତ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିଛନ୍ତି। ପ୍ରଥମ ଥର ନୁହେଁ ବରଂ ଦୀର୍ଘ 11 ବର୍ଷ ଧରି ସେ ମହାପ୍ରଭୁଙ୍କ ନିକଟରେ ପଦ୍ମ ଫୁଲ ଅର୍ପଣ କରି ଆସୁଛନ୍ତି।

ମହାପ୍ରଭୁଙ୍କ ପଦ୍ମ ବେଶ: 5 ହଜାରରୁ ଅଧିକ ଫୁଲ ଦାନ ଏହି ଭକ୍ତ

ସେ ହେଉଛନ୍ତି ଭୁବନେଶ୍ବରର ବାସିନ୍ଦା ଚିନ୍ତାମଣି ଦାସ । ପେସାରେ ଜଣେ ଶିକ୍ଷକ। ମହାପ୍ରଭୁଙ୍କ ନିମନ୍ତେ ପଦ୍ମବେଶ ପାଇଁ ସେ ତିନୋଟି ପୋଖରୀ ଲିଜ ନେଇଛନ୍ତି। ସେଠାରୁ ସେ ପଦ୍ମଫୁଲ ସଂଗ୍ରହ କରି ଶ୍ରୀକ୍ଷେତ୍ର ଦଉଡି ଆସନ୍ତି। ସେବକମାନେ ମଧ୍ୟ ଆଦରରେ ଫୁଲକୁ ଗ୍ରହଣ କରି ମହାପ୍ରଭୁଙ୍କ ନିକଟରେ ମାଳା ବନାଇ ଲାଗି କରିଥାନ୍ତି। ଏହି କାର୍ଯ୍ୟ ଦ୍ବାରା ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରନ୍ତି ବୋଲି ଚିନ୍ତାମଣି କୁହନ୍ତି। ଏ ଜୀବନ ଥିବା ଯାଏ ସେ ମହାପ୍ରଭୁଙ୍କ ନିମନ୍ତେ ପଦ୍ମବେଶ ଦିନ ପଦ୍ମଫୁଲ ଆଣୁଥିବେ ବୋଲି ଭାବ ବିହ୍ଵଳ ହୋଇ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.