ETV Bharat / state

ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହେଲେ ସମୀର ଦାସ

author img

By ETV Bharat Odisha Team

Published : Sep 24, 2023, 9:28 PM IST

ନିଜ ନିର୍ବାଚନ ମଣ୍ଡଳୀ ଆସି ହଟହଟା ହୋଇଛନ୍ତି ବିଧାୟକ ସମୀର ରଞ୍ଜନ ଦାସ । ବିଜେପି କର୍ମୀଙ୍କ ସମେତ ବିଜେଡି କର୍ମୀମାନେ ମଧ୍ୟ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

samir faces black flag in his constituency
ସମୀର ଦାସଙ୍କୁ କଳାପତାକା ପ୍ରଦର୍ଶନ
ସମୀର ଦାସଙ୍କୁ କଳାପତାକା ପ୍ରଦର୍ଶନ

ପୁରୀ: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସଙ୍କୁ କଳାପତାକା ପ୍ରଦର୍ଶନ କଲେ ବିଜେଡି ଓ ବିଜେପି କର୍ମୀ । ଗୋପ ବ୍ଲକ ବେଦପୁର ପଞ୍ଚାୟତରେ ଉଭୟ ଦଳର କର୍ମୀ ତାଙ୍କୁ ମିଳିତ ଭାବେ କଳା ପତକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଶାସକ ବିଜେଡି ଓ ବିରୋଧୀ ବିଜେପି ଦଳର କର୍ମୀ ବିଧାୟକ ସମୀର ଦାସଙ୍କୁ କଳା ପତକା ଦେଖାଇବା ସହ ନାରାବାଜି କରିଥଲେ । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ସୂଚନା ଅନୁଯାୟୀ, ବିଧାୟକ ସମୀର ଦାସ ଗୋପର ବେଦପୁର ପଞ୍ଚାୟତକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅସନ୍ତୁଷ୍ଟ ବିଜେଡି କର୍ମୀ ସମୀରଙ୍କୁ ବିରୋଧ କରିଥିବାବେଳେ ବିଜେପି କର୍ମୀ ମଧ୍ୟ ନାରାବାଜି କରିଥିଲେ ।

କାର୍ଯ୍ୟକ୍ରମରେ ବିଜେପି କର୍ମୀ ପହଞ୍ଚି ନାରାବାଜି କରିବା ସହ କଳା ପତକା ପ୍ରଦର୍ଶନ କରିଛନ୍ତି । ସେଠାରେ ଉତ୍ତେଜନା ଦେଖା ଦେଇଥିବାବେଳେ ଗୋପ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣ ହୋଇଥଲା । ତେବେ କିଛି ଦିନ ହେବ ବେଦପୁର ପଞ୍ଚାୟତରେ ବିଜେଡ଼ିର କନ୍ଦଳ ବଢ଼ିଚାଲିଥିବା ଚର୍ଚ୍ଚା ହେଉଛି । ଏହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ବୋଲି ଚମତ ପ୍ରକାଶ ପାଇଛି । ଗତ 2022 ସେପ୍ଟେମ୍ବର 24 ତାରିଖରେରେ ଗୋପ ବ୍ଲକ 11 ନମ୍ୱର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ତତ୍କାଳୀନ ଗଣଶିକ୍ଷାମନ୍ତ୍ରୀ ଥିବା ସମୀର ଦାଶ ବିବାଦ ଘେରକୁ ଆସିଥିଲେ । ଧର୍ମେନ୍ଦ୍ରଙ୍କ ଜୀବନ ହାରିବା ପଛରେ ସମୀର ଦାସଙ୍କ ହାତ ଥିବା ଅଭିଯୋଗ ଆଣି ବିରୋଧୀ ତୁମ୍ଭି ତୋଫାନ କରିଥିଲେ । ପରେ ସମୀର ଦାସଙ୍କ ମନ୍ତ୍ରୀ ପଦ ଏଥିପାଇଁ ଚାଲିଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଏହା ବି ପଢନ୍ତୁ...ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଦୁର୍ବ୍ୟବହାର !

ଏହା ବି ପଢନ୍ତୁ...Dharmendra Death Mystery: ମନ୍ତ୍ରୀଙ୍କ ସମ୍ପୃକ୍ତିରୁ ତଦନ୍ତ ବାଟବଣା ! କାହିଁକି ପୋଲିସ ଚୁପ ?

ଏହା ପୂର୍ବରୁ ମଧ୍ୟ 2 ରୁ 3 ଟି ସ୍ଥାନରେ ସମୀର ଦାସ ବିରୋଧର ସମ୍ମୁଖୀନ ହେଲେଣି । ବର୍ତ୍ତମାନ ଶାସକ ବିଜେଡିର କର୍ମୀ ସମୀରଙ୍କୁ ବିରୋଧ କରିବା ଘଟଣାକୁ ନେଇ ସମୀରଙ୍କ ଅଡୁଆ ବଢିଥିବା କୁହାଯାଉଛି । ସେପଟେ ସମୀରଙ୍କୁ ନେଇ ନିମାପଡ଼ା ନିର୍ବାଚନୀ ମଣ୍ଡଳୀରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଆଗାମୀ ଦିନରେ ଏହା ସମୀରଙ୍କୁ ଅଡୁଆରେ ପକାଇବାରେ ବୋଲି ସନ୍ଦେହ କରାଯାଉଛି । ତେବେ ବିଜେଡି କର୍ମୀ କାହିଁକି ସମୀର ଦାସଙ୍କୁ ବିରୋଧ କଲେ ସେନେଇ ସମୀର ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.