ETV Bharat / state

ଭୁଜାଲି ଦେଖାଇ ଦାଦାବଟି ଆଦାୟ, ଜଣେ ଗିରଫ - one accused arrested in puri

ଗାଡି ଓ ଦୋକାନରୁ ଭୁଜାଲି ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ଡେଲାଙ୍ଗ ପୋଲିସ । ଅଧିକ ପଢନ୍ତୁ...

ଭୁଜାଲି ଦେଖାଇ ଦାଦାବଟି ଆଦାୟ, ଜଣେ ଗିରଫ
ଭୁଜାଲି ଦେଖାଇ ଦାଦାବଟି ଆଦାୟ, ଜଣେ ଗିରଫ
author img

By

Published : Nov 13, 2020, 7:49 AM IST

ପୁରୀ: ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ । ପୁରୀ ଡେଲାଙ୍ଗ ପୋଲିସ ଦାଦାବଟି ଆଦାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଡା ଗାଁର ଓକିଲ ଜେନା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଭୁଜାଲି ଦେଖାଇ ଦାଦାବଟି ଆଦାୟ, ଜଣେ ଗିରଫ

ଦାଦାବଟି ଆଦାୟ ରୋକିବାକୁ ପୁରୀ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ପୋଲିସର ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଘୋରଡିଆ ବଜାରରେ ଅଭିଯୁକ୍ତ ବ୍ୟକ୍ତି ଜଣକ ଗାଡି ଓ ଦୋକାନରୁ ଭୁଜାଲି ଦେଖାଇ ଦାଦାବଟି ମାଗୁଥିଲା । ନ ଦେଲେ ବୋମା ପକାଇ ଜୀବନରୁ ମାରିଦେବାକୁ ଧମକଚମକ ଦେଉଥିଲା । ଏନେଇ ଡେଲାଙ୍ଗ ପୋଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ପେଟ୍ରୋଲିଂ ଟିମ ଘଟଣାସ୍ଥଳେ ପହଞ୍ଚି ଅଭିଯୁକ୍ତ ଓକିଲ ଜେନାକୁ କାବୁ କରିଛି । ଅଭିଯୁକ୍ତ ନିକଟରୁ ଏକ ଭୁଜାଲି ଜବତ ହୋଇଛି ଏବଂ ଗିରଫ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.