ETV Bharat / state

ବଡ ଠାକୁର ଦେଖିବାକୁ ବୟସ ତ କେବଳ ସଂଖ୍ୟା ମାତ୍ର... - age

ପବିତ୍ର ଅଧରପଣା ନୀତି ପାଇଁ ବଡଦାଣ୍ଡକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ରଥାରୂଢ କାଳିଆ ସାଆନ୍ତକୁ ଦେଖିବା ପାଇଁ କେବଳ ଯୁବଗୋଷ୍ଠି ଆସୁଛନ୍ତି ତାହା ନୁହେଁ ବୟସ୍କ ଲୋକଙ୍କ ମଧ୍ୟ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଭିଡ ଯୋଗଁକୁ ଅନେକ ବୟସ୍କ ବ୍ୟକ୍ତି ହଜିଯାଉଥିବାରୁ ତାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲିଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 14, 2019, 7:08 PM IST

ପୁରୀ: ହାତରେ ଆଶା ବାଡି । ମନରେ କାଳିଆ ଡୋରି। ବୟସ ସାଥ ନଦେଲେ ବି ଟାଣିଆଣିଛି ବଡ ଠାକୁର। କାହିଁ କେତେ ଦୁରରୁ ପୁରୀକୁ ପାଦ ପଡିଛି । କେବଳ ସେଇ ହଟିଆ ଠାକୁର ନଟିଆ ବେଶ ଦେଖିବାକୁ । ପୁରୀ ବଡ ଦାଣ୍ଡରେ ଦେଖିବାକୁ ମିଳିଛି ବୟସ୍କ ଶ୍ରଦ୍ଧାଳୁଙ୍କ ଭିଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଯେଉଁମାନେ ଧାଇଁ ଆସିଛନ୍ତି ରଥାରୂଢ କାଳିଆ ଠାକୁରଙ୍କୁ ଟିକେ ମନଭରି ଦେଖିବା ପାଇଁ । କିଏ ଏକୁଟିଆ, ତ ପୁଣି କିଏ ପରିବାର ସହ । ସବୁ ସେଇ କାଳିଆର ଡୋରି ଲାଗିଛି ଭାବି ଧାଇଁ ଆସିଛନ୍ତି ଶ୍ରୀକ୍ଷେତ୍ର ପୁରୀକୁ। ସେପଟେ ବଡଦାଣ୍ଡ ଜନ ସମୁଦ୍ର ପାଲିଟିଥିବାରୁ ଭିଡ ମଧ୍ୟରେ ଅନେକ ବୃଦ୍ଧ ଓ ବୃଦ୍ଧା ହଜିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକଙ୍କୁ ସୂଚନା କେନ୍ଦ୍ର ସହାୟତାରେ ମିଳୁଥିବା ବେଳେ ଅନେକ ଏବେବି ନିଖୋଜ ଅଛନ୍ତି । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:ବଡ ଠାକୁର ଶ୍ରୀ ମନ୍ଦିର କୁ ପ୍ରବେଶ ସମୟରେ ଜନ୍ମ ଗ୍ରହଣ କରିଛି ଏକ ଅଜଣା ଶିଶୁ । ବୌଦ୍ଧ ଜିଲ୍ଲାର ଚାରିଛକ ନିକଟରୁ ଏହି ନବଜାତ ଶିଶୁପୁତ୍ର କୁ ଉଦ୍ଧାର କରାଯାଇଛି ।ଗତକାଲି ରାତିରେ ଜଣେ ବ୍ୟକ୍ତି ରାସ୍ତା କଡରେ ପଡିଥିବା ଉକ୍ତ ଶିଶୁକୁ ଆଣି ପୁରଙଣାକଟକ ଡାକ୍ତରଖାନାରେ ଜିମା ଦେଇଥିଲେ ।ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ପୋଲିସ ଉପସ୍ଥିତି ରେ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା ପରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଥିବା ଏସ ଏନସିୟୁରେ ଭର୍ତ୍ତି କରିଛନ୍ତି ।

Body:ନବଜାତ ଶିଶୁ ପୁତ୍ର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ବାରା ଉଦ୍ଧାର

Conclusion:ବାଇଟ-୧-ରାହୁଲ କୁମାର ପ୍ରଧାନ, ଶିଶୁ ସୁରକ୍ଷା ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.