ଭୁବେନେଶ୍ବର: ଆଜି ମାଷ୍ଟର କ୍ୟାଣ୍ଟିନ୍ ଠାରେ ଅଟୋରିକ୍ସା, ଓଲା ଏବଂ ଉବେରର ଡ୍ରାଇଭରମାନେ ଗାଡ଼ି ରଖି ଆନ୍ଦୋଳନ କରିଛନ୍ତି l ସେମାନେ ଯେହେତୁ ଅନଲାଇନ୍ ଆପରେ ଗାଡି ଚଳାଉଛନ୍ତି ତାଙ୍କ କଥାକୁ ସେମାନଙ୍କ ସଂସ୍ଥା ଠିକ ଭାବେରେ ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ।
ରାଜଧାନୀରେ ସେମାନେ 24 ଘଣ୍ଟା ସୁବିଧା ଦେଇଆସିଛନ୍ତି l ସରକାର ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି । ଯଦି ସରକାର କିଛି ପଦକ୍ଷେପ ନ ନେବେ ଆଗାମୀ ଦିନରେ ସେମାନେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ ଦର ବୃଦ୍ଧିକୁ ସେମାନଙ୍କ ପାରିଶ୍ରମିକ ଠିକରେ ହେଉନାହିଁ ତେଣୁ ସରକାର ଏହି ଅନଲାଇନ୍ ଆପକୁ ବାଦ ଦେଇ ନିଜସ୍ଵ ଏକ ଆପ ଚାଲୁ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
ଭୁବେନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ , ଇଟିଭି ଭାରତ