ETV Bharat / state

ଦଲାଲ ଆଖ୍ୟାକୁ ମେଡିସିନ ରିପ୍ରେଜେଣ୍ଟଟିଭଙ୍କ କଡା ବିରୋଧ

ମେଡିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କୁ ଦଲାଲ ଆଖ୍ୟା । ଯାହାକୁ ବିରୋଧ କରିଛି ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ ଆସୋସିଏସନ ।

author img

By

Published : Sep 29, 2019, 11:34 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମେଡିକାଲକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ । ଏନେଇ ପୋଲିସ ପକ୍ଷରୁ ଚାଲିଛି ଚାଲିଛି ଏକ ବଡଧରଣର ଅପରେସନ । ଏହି କ୍ରମରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି କିଛି ଦଲାଲଙ୍କୁ ଗିରଫ କରିଛି । ସେହିପରି ମେଡିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କୁ ମଧ୍ୟ ମେଡିକାଲରୁ ଗିରଫ କରୁଛି ପୋଲିସ । ଯାହାକୁ ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ ଆସୋସିଏସନ କଡା ବିରୋଧ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ମେଡିସିନ ରିପ୍ରେଜେଣ୍ଟେଟିଭ୍‌ ଗିରଫ କରିବା ସହ ସେମାନଙ୍କୁ ଦଲାଲ ଆଖ୍ୟା ଦେବାକୁ ସଂଗଠନ ଆପତ୍ତି କରିଛି । ସଂଗଠନର କହିବାନୁଯାୟୀ, 1976 ମସିହାରେ କେନ୍ଦ୍ର ସରକାର ମେଡିସିନ ରିପ୍ରେଜେଣ୍ଟେଟିଭ ମାନଙ୍କୁ ସେଲ୍ସ ପ୍ରମୋସନ କର୍ମଚାରୀ ବୋଲି ମାନ୍ୟତା ଦେଇଛନ୍ତି । ସେହିପରି ରାଜ୍ୟ ସରକାର 2014 ମସିହାରୁ ମେଡିସିନ ରିପ୍ରେଜେଣ୍ଟେଟିଭ ମାନଙ୍କୁ ଅତି କୁଶଳୀ ଶ୍ରମିକ ମାନ୍ୟତା ଦେଇଛନ୍ତି । ସେମାନେ ବିଭିନ୍ନ କମ୍ପାନୀରୁ ଦରମା ନେଇ କର୍ମଚାରୀ ରୂପେ କାମ କରିଥାନ୍ତି । ଯଦ୍ବାରା ମେଡ଼ିକାଲର କୌଣସି ଦଲାଲ କାର୍ଯ୍ୟରେ ଏମାନେ ସମ୍ପୃକ୍ତ ରହିନଥାନ୍ତି ।

ନିୟମ ଅନୁସାରେ ଏମାନେ ବିଭିନ୍ନ ମେଡିସିନ ପ୍ରଡକ୍ଟ କେଵଳ ଡ଼ାକ୍ତରଙ୍କୁ ସୂଚନା ପ୍ରଦାନ କରିଥାନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଏବେ କିଛି ସରକାରୀ ବ୍ୟବସ୍ଥାରେ ଥିବା ମନ୍ଦ ପ୍ରକୃତିର ଲୋକ ମେଡିସିନ ରିପ୍ରେଜେଣ୍ଟେଟିଭ ମାନଙ୍କୁ ଦଲାଲର ପରିଚୟ ଦେଇ ଗିରଫ କରାଯାଇଛି । ତୁରନ୍ତ ପୋଲିସ ଓ ସରକାର ଏହି ନୀତିରୁ ନ ଓହରିଲେ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସେଲସ ରିପ୍ରେଜେନଟିଭ ଆସୋସିଏସନ କଲା ବିରୋଧBody:ମେଡ଼ିକାଲ ଗୁଡିକ ଦଲାଲ ମୁକ୍ତ ଅଂଚଳ କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭିନ୍ନ ମେଡ଼ିକାଲ ରେ ଚଢ଼ାଉ ଆରଂଭ କରିଛି। ଅନେକ ଦଲାଲ ଙ୍କୁ ଗିରଫ କରିଛି। ତେବେ ଏହି କ୍ରମରେ ରେ କିଛି ମେଡ଼ିସିନ ରିପ୍ରେଜେନଟିଭ ଙ୍କୁ ମଧ୍ୟ ପୋଲିସ ମେଡ଼ିକାଲ ରୁ ଗିରଫ କରିଚି। ତେବେ ମେଡ଼ିସିନ ରିପ୍ରେଜେନଟିଭ ଙ୍କୁ ଗିରଫ କୁ କଡା ବିରୋଧ କରିଛି ଓଡିଶା ସେଲସ ରିପ୍ରେଜେନଟିଭ ଆସୋସିଏସନ। ପୁରୀ ରେ ଏକ ସାମ୍ବାଦିକ ସମିଳନୀ ରେ ପ୍ରେସ ମିଟ କରି ଏହି ଗିରଫ ପ୍ରକ୍ରିୟା ଓ ମେଡ଼ିସିନ ରିପ୍ରେଜେନଟିଭ ମାନ ଙ୍କୁ ଦଲାଲ ଆଖ୍ୟା କୁ ସଂଗଠନ ଆପତ୍ତି ଉଠାଇଛି। ସଂଗଠନ ଦାବି କରିଚି ଯେ 1976 ମସିହାରେ କେନ୍ଦ୍ର ସରକାର ମେଡିସିନ ରିପ୍ରେଜେନଟିଭ ମାନଙ୍କୁ ସେଲସ ପ୍ରମୋସନ କର୍ମଚାରୀ ବୋଲୀ ମାନ୍ୟତା ଦେଇ ଛନ୍ତି। ସେହିପରି ରାଜ୍ୟ ସରକାର 2014 ମସିହାରୁ ମେଡିସିନ ରିପ୍ରେଜେନଟିଭ ମାନଙ୍କୁ ଅତି କୁଶଳୀ ଶ୍ରମିକ ମାନ୍ୟତା ଦେଇ ଛନ୍ତି। ସେହିପରି ମେଡିସିନ ରିପ୍ରେଜେନଟିଭ ମାନେ ବିଭିନ୍ନ କମ୍ପାନୀ ରୁ ଦରମା ନେଇ କର୍ମଚାରୀ ରୂପେ କାମ କରିଥାନ୍ତି। ମେଡ଼ିକାଲ ରେ କୌଣସି ଦଲାଲି କାର୍ଯ୍ୟ ସମ୍ପୃକ୍ତ ରହି ନ ଥାନ୍ତି। ନୀୟମ ଅନୁଯାୟୀ ବିଭିନ୍ନ ମେଡିସିନ ପ୍ରଡକ୍ଟ କେଵଳ ଡ଼ାକ୍ତ ର ଙ୍କୁ ସୂଚନା ପ୍ରଦାନ କରିଥାନ୍ତି। ହେଲେ ଦୁର୍ଭାଗ୍ୟ ର ବିଷୟ ଏବେ କିଛି ସରକାରୀ ବ୍ୟବସ୍ଥା ରେ ଥିବା ମନ୍ଦ ପ୍ରକୃତିର ଲୋକ ମେଡ଼ିସିନ ରିପ୍ରେଜେନଟିଭ ମାନଙ୍କୁ ଦଲାଲ ନାମକ କରଣ କରି ଗିରଫ କରାଯାଇଛି। ତୁରନ୍ତ ପୋଲିସ ଓ ସରକାର ଏହି ନିତି ରୁ ନ ଓହରିଲେ ସଂଗଠନ ରାଜ ରାସ୍ତାକୁ ଓଲ୍ହାଇ ବାକୁ ଚେତାବନୀ ଦେଇଛି।

ବାଇଟ ,, ସତ୍ୟବ୍ରତ ମହାପାତ୍ର ,, ସାଧାରଣ ସଂପାଦକ,, ଓଡିଶା ସେଲସ ରିପ୍ରେଜେନଟିଭ ଆସୋସିଏସନConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.