ETV Bharat / state

ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ - odia jawan debashis biswal

ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଗ୍ରେନେଡ ମାଡରେ ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି । ସେ ହେଉଛନ୍ତି ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ବାଳ ।

jawan debasis biswal killed in terror attack
ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ
author img

By

Published : Apr 21, 2023, 7:11 AM IST

Updated : Apr 21, 2023, 9:38 AM IST

ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ

ପୁରୀ: ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି । ସେ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ବାଳ । ପୁଅକୁ ହରାଇ ସ୍ତବ୍ଧ ପରିବାର । ଏ ଅଘଟଣକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । ଓଡିଆ ପୁଅ ଦେବାଶିଷଙ୍କ ଶହୀଦ ଖବର ସେନା ମୁଖ୍ୟାଳୟରୁ ଆସିବା ପରେ ଖଣ୍ଡାୟତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ । ଆତଙ୍କବାଦୀ ଆକ୍ରମଣରେ ସେ ଶହୀଦ ହୋଇଥିବା ସେନା ମୁଖ୍ୟାଳୟରୁ ପରିବାରକୁ ଖବର ଦିଆଯାଇଥିଲା । ଦୁଇ ବର୍ଷ ତଳେ ଅର୍ଥାତ 2021 ଅକ୍ଷୟ ତୃତୀୟା ଦିନ ବିବାହ କରିଥିଲେ ଦେବାଶିଷ । ନିମାପଡା ବ୍ଲକ ବନ୍ତୁ ଗ୍ରାମର ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିଲେ । ତାଙ୍କର 7ମାସରେ ଶିଶୁକନ୍ୟା ଦେବସ୍ମିତା ବିଶ୍ବାଳ ରହିଛନ୍ତି । ଦୁଇ ଦିନ ପରେ ବିବାହ ବାର୍ଷିକୀ ପାଳିଥାନ୍ତେ ଦେବାଶିଷ ହେଲେ ସବୁ କିଛି ଅଧାରେ ରହିଯାଇଛି ।

ଗତ ଜାନୁଆରୀରେ ଗାଁକୁ ଆସିଥିଲେ ଦେବାଶିଷ ହେଲେ କିଏ ଜାଣିଥିଲା ଯେ ସେ ଶେଷଥର ପାଇଁ ଘରକୁ ଆସିଥିଲେ । ପୁଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ବାପା ପ୍ରତାପ ବିଶ୍ବାଳ ଓ ମାଆ ମମତା ବିଶ୍ବାଳ ଯେମିତି ମୁକ ପାଲିଟି ଯାଇଛନ୍ତି । ସ୍ବାମୀଙ୍କୁ ହରାଇ ପତ୍ନୀ ସୁଶ୍ରୀ ଘଡିକି ଘଡି ଅଚେତ ହୋଇଯାଉଛନ୍ତି । ପୁରୀ ଗାଁରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରୀୟ ରାଇଫଲ ୟୁନିଟର ଯବାନ ଭାବେ କାର୍ଯ୍ୟରତ ଥିଲେ ଦେବାଶିଷ ବିଶ୍ବାଳ ।

  • ଜମ୍ମୁ କାଶ୍ମୀରର ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) April 21, 2023 " class="align-text-top noRightClick twitterSection" data=" ">

ଶହୀଦ ଦେବାଶିଷଙ୍କ ପାଇଁ ଟ୍ବିଟ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, '' ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡିଶାର ବୀର ପୁତ୍ର ଦେବାଶିଷ ବିଶ୍ବାଳଙ୍କ ଶହୀଦ ଖବର ଅତ୍ୟନ୍ତ ଦୁଃଖଦାୟକ । ଦେଶର ସୁରକ୍ଷା ପାଇଁ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦୁଃଖ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ।''

ଏହା ବି ପଢନ୍ତୁ...କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଳିଗଲା ସେନା ଟ୍ରକ: 5 ଯବାନ ଶହୀଦ

ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀର ପୁଞ୍ଚରେ ଗତକାଲି (ଗୁରୁବାର) ଅପରାହ୍ନରେ ପୁଞ୍ଚରୁ 60କିମି ଦୂର ଭଟା ଧୁରିଆଁ ନାମକ ସ୍ଥାନରେ ଏହି ଆକ୍ରମଣ ଘଟିଛି । ସେନା ଟ୍ରକଟି ଭୀମବେର ଗଳିରୁ ପୁଞ୍ଚର ସାଙ୍ଗିଓଟ ଅଭିମୁଖେ ଯାଉଥିବାବେଳେ ଯବାନଙ୍କ ଗାଡିକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ପ୍ରଥମେ ଆତଙ୍କୀମାନେ ଗୁଳି ଚଳାଇଥିଲେ । ପାଖାପାଖି 50 ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ସେନା ଗାଡିକୁ ଗ୍ରେନେଡ ମାଡ କରିଥିଲେ ଫଳରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସମସ୍ତ ଶହୀଦ 5 ଯବାନ ରାଷ୍ଟ୍ରୀୟ ରାଇଫଲର ସଦସ୍ୟ । ସେମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ । ଗାଡିରେ ଥିବା 5 ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ଦେବାଶିଷ ବିଶ୍ବାଳ ଯିଏ କି ଦେଶ ପାଇଁ ଜୀବନ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 21, 2023, 9:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.