ETV Bharat / state

Pushkara: ଦର୍ଶକଙ୍କ ମନମୋହୁଛି ପୁଷ୍କରା,୧୩ରେ ପୁରୀ ଟାଉନ ହଲରେ ହେବ ପ୍ରଦର୍ଶିତ - ୧୩ରେ ପୁରୀରେ ପୁଷ୍କରା ପ୍ରଦର୍ଶିତ

ସାରା ରାଜ୍ୟରେ ପ୍ରଶଂସା ସାଉଁଟୁଥିବା ଓଡିଆ ଫିଲ୍ମ ପୁଷ୍କରା ଦେଖିବାରୁ ବଞ୍ଚିତ ପୁରୀବାସୀ । ଏହି ଅଭାବକୁ ପୂରଣ କରିବାକୁ ଏହି ଫିଲ୍ମ କିଛି ଯୁବ ସିନେମା ପ୍ରେମୀଙ୍କ ପ୍ରଚେଷ୍ଟାରେ ଆସନ୍ତା ୧୩ ତାରିଖରେ ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ,

ଆସନ୍ତା ୧୩ରେ ପୁରୀ ଟାଉନ ହଲରେ ହେବ ପ୍ରଦର୍ଶିତ

author img

By ETV Bharat Odisha Team

Published : Oct 9, 2023, 7:48 PM IST

ଦର୍ଶକଙ୍କ ମନମୋହୁଛି ପୁଷ୍କରା, ୧୩ରେ ପୁରୀ ଟାଉନ ହଲରେ ହେବ ପ୍ରଦର୍ଶିତ

ପୁରୀ: ଗଣେଶ ପୂଜାରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ପୁଷ୍କରା ଦିନକୁ ଦିନ ଧମାକା କରିଚାଲିଛି । କେବଳ ରାଜ୍ୟରେ ନୁହେଁ ଦେଶବ୍ୟାପୀ ବିଭିନ୍ନ ହଲରେ ପ୍ରଦର୍ଶିତ ହୋଇ ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ଫିଲ୍ମ । ଏହାରି ମଧ୍ୟରେ ବର୍ତ୍ତମାନ ପୁରୀରେ ପ୍ରେକ୍ଷାଳୟ ନଥିବାରୁ ପୁରୀବାସୀ ଏହି ଫିଲ୍ମ ଦେଖିବାରୁ ବଞ୍ଚିତ ରହିଛନ୍ତି । ପ୍ରେକ୍ଷାଳୟ ଅଭାବ ପୂରଣ କରିବାକୁ ପୁରୀର କେତେକ ଯୁବ ସିନେମା ପ୍ରେମୀଙ୍କ ପ୍ରଚେଷ୍ଟାରେ ସିନେମାଟିକୁ ଟାଉନ୍ ହଲରେ ପ୍ରଦର୍ଶିତ କରାଯିବ। ଏହି ଫିଲ୍ମ ଆସନ୍ତା ୧୩ ତାରିଖରେ ପୁରୀ ପୌର ସଦନରେ ପ୍ରଦର୍ଶିତ ହେବ ।

ଭକ୍ତ ସାଲବେଗ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଟାଉନହଲରେ ପୁଷ୍କରା ପ୍ରଦର୍ଶିତ ନେଇ ସୂଚନା ଦିଆଯାଇଛି। ଆସନ୍ତା ୧୩ ତାରିଖରେ ଫିଲ୍ମଟି ପ୍ରଦର୍ଶିତ ହେବାକୁ ଥିବା ବେଳେ ଟିକେଟର ମୂଲ୍ୟ ଶହେ ଟଙ୍କା ରହିଛି । ଏହି ଗୋଟିଏ ଦିନରେ ସମୁଦାୟ ୫ଟି ଶୋ' ରହିଛି। ଇଛୁକ ବ୍ୟକ୍ତି ଟିକେଟ କିଣି ଫିଲ୍ମର ମଜା ନେଇପାରିବେ ବୋଲି କୁହାଯାଇଛି ।

ସିନେମାଟି ମୁକ୍ତିଲାଭ ହେବାର ୨୦ ଦିନ ପରେ ବି ବେଶ ଲୋକପ୍ରିୟତା ସାଉଁଟୁଛି । ଦର୍ଶକଙ୍କ ଅନୁରୋଧ କ୍ରମେ ଫିଲ୍ମକୁ ବାହାର ରାଜ୍ୟରେ ମଧ୍ୟ ରିଲିଜ କରାଯାଇଛି । ଓଡ଼ିଶା ବ୍ୟତୀତ ତାମିଲନାଡୁ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଫିଲ୍ମ ରିଲିଜ ହୋଇଛି । ଆଗାମୀ ଦିନରେ ଫିଲ୍ମ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ରିଲିଜ କରାଯିବ ବୋଲି ସୂଚନା ମିଳିଛି । ଫିଲ୍ମରେ ଅନେକ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ସମସ୍ତ ସ୍ଥାନରେ ଫିଲ୍ମ ପାଇଁ ସିନେମା ହଲ ହାଉସଫୁଲ୍ ହୋଇଥିବା ବେଳେ ତାରକାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତାଳପତ୍ର ଆସନରେ ପୁଷ୍କରା ପୋଷ୍ଟର, ପ୍ରଶଂସା କଲେ ଅଭିନେତା ସବ୍ୟସାଚୀ

ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନାଦ ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ଫିଲ୍ମ ତରଙ୍ଗ ପ୍ରଡକ୍ସନ ଦ୍ବାରା ନିର୍ମିତ ହୋଇଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ହଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ଏହି ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଜମୁଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.