ETV Bharat / state

ପୁରୀରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସଚେତନ କଲା ପ୍ରଶାସନ - ସଚେତନ କଲା ପ୍ରଶାସନ

ପୁରୀ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଅଧିକ ପଢ଼ନ୍ତୁ...

Number of corona positive cases in puri, covid caes increasing in puri, administration spread awareness among people, puri news,  ପୁରୀରେ ବଢୁଛି କୋରୋନା ସଂଖ୍ୟା, ସଚେତନ କଲା ପ୍ରଶାସନ, ପୁରୀ ଖବର
ପୁରୀରେ ବଢୁଛି କୋରୋନା ସଂଖ୍ୟା, ସଚେତନ କଲା ପ୍ରଶାସନ
author img

By

Published : Jul 27, 2020, 11:31 AM IST

ପୁରୀ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋରୋନା ଦୃତ ଗତିରେ ନିଜର କାୟା ବିସ୍ତାର କରଛି । ରାଜ୍ୟରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନ ନିଜ ନିଜ ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ତେବେ ପୁରୀ ସହରରେ ମଧ୍ୟ କୋଭିଡ ପଜିଟିଭ ସଂଖା ବଢ଼ିବାରେ ଲାଗିଛି। ପୁଟି ମ୍ୟୁନିସିପାଲିଟି ଅଞ୍ଚଳରେ 158ଟି କୋଭିଡ ପଜିଟିଭି ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ 110ଟି ଆକ୍ଟିଭ କେସ ରହିଛି। ସେହିପରି ପୁରୀର ପେଣ୍ଠକଟା ଅଞ୍ଚଳରେ ସର୍ବାଧିକ 47ଟି ଆକ୍ଟିଭ କେସ ରହିଛି। 21ଟି କଣ୍ଟେନମେଣ୍ଟ ଜୋନ ରହିଛି। ତେବେ ପୁରୀ ବାସୀଙ୍କୁ କୋଭିଡ ସଂକ୍ରମଣରୁ ରୋକିବା ପାଇଁ କଣ୍ଟେନମେଣ୍ଟ ଅଞ୍ଚଳ କରାଯାଇଛି। ଏଥିରେ ନିୟମ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ପୁରୀରେ ବଢୁଛି କୋରୋନା ସଂଖ୍ୟା, ସଚେତନ କଲା ପ୍ରଶାସନ

ସେହିପରି ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତ୍ବ ପାଳନ ସହ ଛେପ ନ ପକାଇବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ରବିବାର ସୁଦ୍ଧା ପୁରୀ ଜିଲ୍ଲାରେ ମୋଟ କୋଭିଡ ପଜିଟିଭ ସଂଖା 677 ରହିଛି। 320 ଟି ଆକ୍ଟିଭ କେସ ଥିବା ବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି। ତେବେ କୋଭିଡ ରୋଗକୁ ପ୍ରତିହତ କରିବା ପାଇଁ ଏଯାବତ କୌଣସି ନିର୍ଦ୍ଧିଷ୍ଟ ଔଷଧ ବାହାରି ନ ଥିବା ହେତୁ ଜନସାଧାରଣଙ୍କୁ ସଚେତନ ହୋଇ ରହିବାକୁ ପୁରୀ ପୌର ପାଳିକା ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.