ETV Bharat / state

ଫନିକୁ ବିତିଛି ତିନି ମାସ, ତଥାପି ହଟିନି ଅନ୍ଧକାର

author img

By

Published : Jul 24, 2019, 8:28 PM IST

ବାତ୍ୟା ଫନି ପରେ ପୁରୀ ଜିଲ୍ଲା ଅନ୍ଧକାରମୟ। ତେବେ 3 ମାସ ପରେ ମଧ୍ୟ ପୁରୀର ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ଆସିପାରି ନାହିଁ ବିଜୁଳି । ଏନେଇ ବୁଧବାର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ବାତ୍ୟା ଫନିକୁ ପ୍ରାୟ 3 ମାସ ବିତିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗରୁ ଏବେବି ବଞ୍ଚିତ ହଜାର ହଜାର ଗ୍ରାମବାସୀ। ବିଦ୍ୟୁତ ନ ଥିବାରୁ ଗରମ ଓ ଅନ୍ଧାରରେ ରହିବା ଏକ ପ୍ରକାର ଅସହ୍ୟ ହୋଇ ପଡିଛି । ଏପରିକି ବାରମ୍ବାର ବିଦ୍ୟୁତ ସଂଯୋଗ ନେଇ ଦାବି ହୋଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ସିପକୁଦା, ବନମାଲିପୁର ପାଟଣା ଗ୍ରାମବାସୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାରଣା ଦେଇଥିଲେ ଗ୍ରାମର ଶତାଧିକ ମହିଳା। ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ପୁରୀ ଜିଲ୍ଲାପାଳ ଗ୍ରାମବାସୀ ସହ ଆଲୋଚନା କରିବା ପରେ ଧରଣାରୁ ଉଠିଥିଲେ ଗ୍ରାମବାସୀ । ଖୁବଶୀଘ୍ର ବିଦ୍ୟୁତ ସମସ୍ୟା ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଫୋନି ବାତ୍ୟା ର ତିନି ମାସପରେ ବି ବିଦ୍ୟୁତ ସଂଯୋଗ ହୋଇ ନାହିଁ ଗ୍ରାମାଞ୍ଚଳରେ। ଜିଲାପାଳ ଙ୍କୁ ଦାବି ପତ୍ର

Body:ଫୋନି ବାତ୍ୟା 2 ମାସ ହେବ ଅତିକ୍ରାନ୍ତ କରିସାରିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ରୁ ଏବେବି ବଂଚିତ ହଜାର ହଜାର ଗ୍ରାମ ବସି। ବିଦ୍ୟୁତ ନ ଥିବାରୁ ଗରମ ଓ ଅନ୍ଧାର ରେ ରହିବା ଏକ ପ୍ରକାର ମୁସ୍କିଲ ହୋଇ ପଡିଛି। ଏପରିକି ବାରମ୍ବାର ବିଦ୍ୟୁତ ସଂଯୋଗ ନେଇ ଦାବି ହୋଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ସିପକୁଦା, ବନମାଲିପୁର ପାଟଣା ଗ୍ରାମ ବାସୀ। ଆଜି ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ ଭିତରେ ଧାରଣା ଦେଇ ଛନ୍ତି ଗ୍ରାମର ଶତାଧିକ ମହିଳା। ଦାବି ପୂରଣ ନ ହେଲେ ଆନ୍ଦୋଳନ ରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତେବେ ପୁରୀ ଜିଲ୍ଲାପାଳ ଗ୍ରାମ ବାସିନ୍ଦାଙ୍କ ସହ ଆଲୋଚନା କରିବା ପରେ ଧରଣା ରୁ ଉଠିଛନ୍ତି ଗ୍ରାମବାସୀ। ତେବେ ଖୁବ ଶୀଘ୍ର ବିଦ୍ୟୁତ ସମସ୍ୟା ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲୀ ପୁରୀ ଯିଲପାଳ ପ୍ରତିଶୃତି ଦେଇ ଛନ୍ତି।

ବାଇଟ1,, ବନମାଲିପୁର ପାଟଣା ବାସିନ୍ଦା

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.