ETV Bharat / state

ମହାପ୍ରଭୁଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର - ପୁରୀରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି ରାଜୀବ । ଅଧିକ ପଢନ୍ତୁ

ଜଗନ୍ନାଥଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର

author img

By

Published : Dec 16, 2021, 11:33 AM IST

Updated : Dec 16, 2021, 12:03 PM IST

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ରାଜୀବ କୁମାର ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ସାମିଲ ଥିଲେ ।

ମହାପ୍ରଭୁଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର
ଜଗନ୍ନାଥଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର
ଜଗନ୍ନାଥଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର

ତେବେ ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ କୁମାର ଓ ତାଙ୍କ ଟିମ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶ ମୂଳକ ପ୍ରସଙ୍ଗ ଉପରେ ବୁଧବାର ଆଲୋଚନା କରିଥିଲେ। ବୈଠକ ପରେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କିପରି ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେ ନେଇ ଆଲୋଚନା ହୋଇଛି ବୋଲି ଗଣମାଧ୍ୟମକୁ କହିଥିଲେ ।

ଓଡ଼ିଶାକୁ ପ୍ରଶଂସା କରି ସେ କହିଥିଲେ ଯେ ୨୦୧୧-୨୦୨୦ ମଧ୍ୟରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବଢ଼ିଛି। ପୁଷ୍ଟି କ୍ଷେତ୍ରରେ ରାଜ୍ୟ ଭଲ କାମ କରିଛି। ବିକାଶ ପ୍ରକ୍ରିୟାକୁ କିପରି ତ୍ବରାନ୍ବିତ କରାଯାଇପାରିବ ଓ ଆକାଂକ୍ଷୀ ଜିଲ୍ଲାରେ ଭଲ କାର୍ଯ୍ୟ ପାଇଁ କି କି ପଦକ୍ଷେପ ନିଆଯାଇପାରିବ, ସେ ନେଇ ଆଲୋଚନା ହୋଇଛି ବୋଲି ରାଜୀବ କୁମାର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 16, 2021, 12:03 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.