ପୁରୀ: ଆଜି ପରେ ବର୍ଷକ ପାଇଁ ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାଖେଳା ସରିବ । ମାଉସୀ ଘରୁ ବୁଲି ଆସିବା ପରେ ସିଂହଦ୍ବାରରେ ଅଛନ୍ତି ୩ ଭାଇ ଭଉଣୀ । ଗତକାଲି(ଗୁରୁବାର) ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅଭିମାନିନୀ ଲକ୍ଷ୍ମୀଙ୍କୁ ମହାପ୍ରଭୁ ମାଉସୀ ଘରକୁ ନେଇ ଯାଇନାହାନ୍ତି ବୋଲି ରୋଷ କରିଛନ୍ତି ଲକ୍ଷ୍ମୀ ଠାକୁରାଣୀ । ତେଣୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମନାଇ ରତ୍ନବେଦୀକୁ ବିଜେ କରିବେ ମହାପ୍ରଭୁ । ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି । ନଜର ପକାନ୍ତୁ ନୀତିକାନ୍ତି ଉପରେ...
ପ୍ରାତଃ ୪ ରୁ ୩ ରଥର ମଙ୍ଗଳ ଆଳତି
୪.୩୦ରେ ମଇଲମ-ତଡପଲାଗି
୫.୦୦ରେ ଅବକାଶ
୫.୩୦ରେ ବେଶ ଶେଷ
୬.୩୦ରେ ଗୋପାଳ ବହ୍ଲଭ
୭.୦୦ ରୁ ୮.୦୦ ସକାଳ ଧୂପ
୮.୩୦ରେ ମଇଲମ
୯.୩୦ରେ ମହାସ୍ନାନ ଓ ସର୍ବାଙ୍ଗ
୧୦.୦୦ରେ ବେଶ ଶେଷ
୧୧.୩୦ରେ ମଧ୍ୟାହ୍ନ ଧୂପ
୧୧.୪୫ ରୁ ୧୨.୦୦ ମଇଲମ ଓ ବେଶ
୧୨.୧୫ ସନ୍ଧ୍ୟା ଆଳତି
୧୨.୩୦ ରୁ ୧.୩୦ରେ ସନ୍ଧ୍ୟା ଧୂପ
୧.୩୦ ରୁ ୩.୩୦ରେ ଚାରବନ୍ଧା
୩.୩୦ ରେ ସିଂହାସନ ମାଜଣା
୩.୫୦ ପୁଷ୍ପାଞ୍ଜଳି
ସନ୍ଧ୍ୟା ୪.୦୦ ପହଣ୍ଡି
ରାତ୍ର ୧୦.୦୦ ପହଣ୍ଡି ଶେଷ
୧୨.୩୦ ରୁନ୍ଧା ଶେଷ
୧.୦୦ ଦଇତାପତି ସର୍ବାଙ୍ଗ
୧.୧୦ ଶ୍ରୀମୁଖ ଖଣ୍ଡୁଆ
୧.୧୫ ରୁ ୨.୧୫ ଚାରମାଳ ଫିଟା
୨.୩୦ ସୁଦର୍ଶନ ଦେବ ସିଂହାସନକୁ ବିଜେ
୨.୩୦ ଶ୍ରୀମୁଖ ଖଣ୍ଡୁଆ ମଇଲମ
୨.୪୫ ଚକାପୋଛା
୩.୦୦ ସିଂହାସନ ଧୁଆ, ମାଧବ, ଶ୍ରୀଦେବୀ, ଭୂଦେବୀ
୩.୧୦ ସିଂହାସନକୁ ବିଜେ
୩.୩୦ ମହାସ୍ନାନ ଶେଷ
ଦିନ ୩. ୩୫ରେ ରୋଷ ହୋମ, ମଇଲମ
୩.୪୫ରେ ଚନ୍ଦନ ଲାଗି
୪.୦୦ରେ ସୂର୍ଯ୍ୟ ପୂଜା
୪.୧୫ରେ ବଡ ସିଂହାର ବେଶ
୪.୪୫ରେ ବଡ ସିଂହାର ଭୋଗ
୫.୦୦ରେ ରାତ୍ର ପହୁଡ
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ