ETV Bharat / state

ବାଲୁକାକଳାରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସ ଶୁଭେଚ୍ଛା - ରସଗୋଲା ଦିବସ ଶୁଭେଚ୍ଛା

ପୁରୀ ବେଳାଭୂମିରେ ନିଳାଦ୍ରୀ ବିଜେ ଓ ରସଗୋଲା ଭୋଗକୁ ନେଇ ଏକ ସୁନ୍ଦର ବାଲୁକାକଳା ତିଆରି କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

Niladri Bije and Rasgola Day Wishes in Sand Art
ବାଲୁକା କଳାରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସ ଶୁଭେଚ୍ଛା
author img

By

Published : Jul 4, 2020, 5:39 PM IST

Updated : Jul 4, 2020, 8:07 PM IST

ପୁରୀ: ବାଲୁକାକଳାରେ ନୀଳାଦ୍ରି ବିଜେର ଶୁଭେଚ୍ଛା । ରତ୍ନବେଦୀ ଛାଡ଼ି ଶ୍ରୀମନ୍ଦିର ବାହାରେ ପତିତଜନଙ୍କୁ ଦର୍ଶନ ଦେଉଥିଲେ ମହାପ୍ରଭୁ । ଆଉ ୧୨ ଦିନର ଏହି ଲୀଳାଖେଳ ଶନିବାର ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବେ । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ । ଏହି ଅବସରରେ ମହାପ୍ରଭୁଙ୍କ ପାଖରେ ରସଗୋଲା ଭୋଗ ଲାଗି ହୁଏ ।

ବାଲୁକାକଳାରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସ ଶୁଭେଚ୍ଛା

କଥା ଅଛି, ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ପତ୍ନୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ମା' ଲକ୍ଷ୍ମୀ ମାନ କରିଥାନ୍ତି । ତେଣୁ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଖୁଆଇ ତାଙ୍କୁ ମନାଇଥାନ୍ତି । ତେବେ ଏହି ଦିବସର ଶୁଭେଚ୍ଛା ବାଲୁକା କଳା ମାଧ୍ୟମରେ ଦେଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ନିଳାଦ୍ରୀ ବିଜେ ଓ ରସଗୋଲା ଭୋଗକୁ ନେଇ ଏକ ସୁନ୍ଦର ବାଲୁକାକଳା ତିଆରି କରିଛନ୍ତି । ସେହିପରି ସାରା ରାଜ୍ୟ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରିଥାଏ । ତେବେ ନିଜ ବାଲୁକାକଳା ମାଧ୍ୟମରେ ଏହି ରସଗୋଲା ଦିବସର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ, ଇଟିଭି ଭାରତ

Last Updated : Jul 4, 2020, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.