ETV Bharat / state

ପୁରୀରେ 76 ନୂଆ ପଜେଟିଭ

author img

By

Published : Oct 30, 2020, 6:57 AM IST

ପୁରୀରେ ଗତ 24 ଘଣ୍ଟା ମଧ୍ୟରେ 76 ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୀତଦିନ ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏଣୁ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି । ଅଧିକ ପଢନ୍ତୁ...

new 76 corona positive found in puri
ପୁରୀରେ 76 ନୂଆ ପଜେଟିଭ

ପୁରୀ: ପୁରୀରେ କୋରୋନା ଦାଉ । ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ 76 ନୂଆ ପଜିଟିଭ ମାମଲା ପ୍ରକାଶ ପାଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 12 ହଜାର 404 ରେ ପହଞ୍ଚିଛି । ତେବେ ଆଜି ଯାଏଁ ମୋଟ 83 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଆଗକୁ ଶୀତଦିନ ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏଣୁ ସମସ୍ତେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରି ସୁରକ୍ଷିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

ପୁରୀ ପୌରପାଳିକା ଅଞ୍ଚଳରେ ଜିଲ୍ଲାର ସର୍ବାଧିକ 3 ହଜାର 851 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 111 ଟି ସକ୍ରିୟ ମାମଲା ରହିଛି । ତେବେ ଆଜି ଯାଏଁ ମୋଟ 1 ଲକ୍ଷ 26 ହଜାର 39 ଟି ସାମ୍ପଲ ସଂଗ୍ରହ ହୋଇ ଟେଷ୍ଟ ହୋଇଛି । ଏଠାରେ ମୋଟ ସୁସ୍ଥହାର 94.84 ପ୍ରତିଶତ ରହିଥିବା ବେଳେ 554 ଟି ମୋଟ ଆକ୍ଟିଭ କେସ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.