ETV Bharat / state

‘ନେତପିଲା ପୂଜା’: କୁନିବୋହୂ ସାଜିଛନ୍ତି କୁନିକଣ୍ଢେଇ - neta pila puja celebrated in puri

ସୁନ୍ଦର ବର ଓ ସୁଖୀ ସଂସାର ପାଇଁ ପୁରୀର ଅନନ୍ୟ ପରମ୍ପରା ‘ନେତପିଲା ପୂଜା’ । ସ୍ବର୍ଣ୍ଣଅଳଙ୍କାର ଓ ବିଭିନ୍ନ ବେଶ ପରିପାଟିରେ ସଜେଇ ହୋଇଥାନ୍ତି କୁନି କୁନି ଝିଅ ।

ଡିଜାଇନ ଫଟୋ
author img

By

Published : Oct 3, 2019, 8:40 PM IST

Updated : Oct 4, 2019, 4:30 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା ହେଉଛି ସେବାୟତ କୂଳର ନେତପିଲା ପୂଜା । ପୁରୀର ସେବାୟତ କୂଳର 3 ବର୍ଷରୁ 9 ବର୍ଷ ନାବାଳିକା କରିଥାନ୍ତି ଏହି ପୂଜା ।

ନେତ ପିଲା ଉତ୍ସବ ପାଳନ

ଭବିଷ୍ୟତରେ ସୁନ୍ଦର ବର ଓ ସୁଖୀ ସଂସାର ପାଇଁ ନେତ ପିଲାମାନେ ହର ପାର୍ବତୀଙ୍କୁ ପୂଜା କରିଥାନ୍ତି । ଇନ୍ଦୁ ପୂର୍ଣ୍ଣିମା ଠାରୁ ୨୧ଦିନ ଧରି ଏହି ପୂଜା କରାଯାଇଥାଏ । ପ୍ରଥମ ୧୫ ଦିନ ଘରେ ପୂଜା କରିଥାନ୍ତି । ଏହାପରେ ଆଶ୍ବୀନ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ନେତ ପିଲାମାନେ ନିଜର ଆଈ ତଥା ମାଆଙ୍କ ସହିତ ଆସି ମାର୍କଣ୍ଡ ପୁଷ୍କରିଣୀ କୂଳରେ ମା’ ଗୌରୀଙ୍କୁ ପୂଜା କରିଥାନ୍ତି।

ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଓ ବେଶ ପରିପାଟିରେ ସଜ୍ଜିତ ହୋଇଥାନ୍ତି ପିଲାମାନେ । ସାଥିରେ ପାଣିକଖାରୁ, ଖଣ୍ଡ ହଳଦି, ଜହ୍ନିଳ,ମକା, କାକୁଡି, ନଡିଆ ଆଦି ନେଇ ମାର୍କଣ୍ଡ କୂଳରେ ପହଞ୍ଚନ୍ତି ପିଲା । ଠାକୁରଙ୍କୁ ବନ୍ଦାପନା କରି ବଳି ଓ କାଟି ଗୀତ ଗାଇଥାନ୍ତି ନେତପିଲା । ଅଷ୍ଟମୀ ତିଥିରେ ପୂଜା ଶେଷ ପରେ ସମସ୍ତ ପୂଜା ସାମଗ୍ରୀକୁ ମାର୍କଣ୍ଡ କୂଳରେ ବିସର୍ଜନ କରାଯାଇଥାଏ । ଏହାପରେ ପିଲାମାନେ ପ୍ରଭୁ ମାର୍କଣ୍ଡେୟଙ୍କୁ ଦର୍ଶନ କରି ବ୍ରତ ଶେଷ କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ନେତ ପିଲା ପୂଜା ପରମ୍ପରାBody:Vo1,, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା ହେଉଛି ସେବାୟତ କୂଳର ନେତପିଲା। ପୁରୀ ର ସେବାୟତ ପରିବାର ହିଁ ଏହି ନେତପିଲା ପରମ୍ପରା ପାଳନ କରାଯାଏ। ସେବାୟତ କୋଳର 3 ବର୍ଷ ରୁ 9 ବର୍ଷ ବାଳିକାମାନେ ନେତପିଲା ଭାବେ ସଜ୍ଜିତ ହୋଇଥାନ୍ତି। ଭବିଷ୍ୟତରେ ଜଣେ ଉତ୍ତମ ବର ପାଇବା ଓ ସୁଖମୟ ସଂସାର ପାଇଁ ନେତପିଲାମାନେ ହର ପାର୍ବତୀ ଙ୍କୁ ପୂଜା କରିଥାନ୍ତି। ଇନ୍ଦୁ ପୂର୍ଣ୍ଣିମା ଠାରୁ ୨୧ଦିନ ବ୍ୟାପୀ ଏହି ପୂଜା କରାଯାଇଥାଏ। ପ୍ରଥମ ୧୫ ଦିନ ଘରେ ପୂଜା କରିବା ପରେ ଆଶ୍ୱିନ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ନେତ ପିଲାମାନେ ନିଜର ଆଇ ତଥା ମାଙ୍କ ସହିତ ଆସି ମାର୍କଣ୍ଡ ପୁଷ୍କରିଣୀ କୂଳରେ ମା’ ଗୌରୀଙ୍କୁ ପୂଜା କରିଥାନ୍ତି।

ବାଇଟ1,, ବିଷ୍ଣୁ ପ୍ରିୟା ପତ୍ରି ,, ସେବୟତ ପରିବାର ମହିଳା

Vo2, ବିଭିନ୍ନ ସ୍ୱଣ୍ଣଅଳଙ୍କାର ଓ ବେଶ ପରିପାଟିରେ ସଜ୍ଜିତ ହୋଇ ଏମାନେ ନିଜର ଅଭିଭାବକଙ୍କ ସହିତ ମାର୍କଣ୍ଡକୂଳକୁ ଆସିଥାନ୍ତି। ମାର୍କଣ୍ଡ କୂଳରେ ଆଣିଥିବା ପାଣିକଖାରୁ, ଖଣ୍ଡ ହଳଦି, ଜହ୍ନିଳ, ମକା, କାକୁଡି, ନଡିଆ ଆଦି ଇତ୍ୟାଦିକୁ ଧୋଇ ବନ୍ଦାପନା କରନ୍ତି।
ଏହି ଅବସରରେ ବାଟି ପୂଜା କରିବା ସହ ନେତପିଲାମାନେ ବଳି ଗୀତ ମଧ୍ୟ ଗାଇଥାନ୍ତି। ପରମ୍ପରା ଗତ ଭାବେ ନେତପିଲାମାନେ ମାର୍କଣ୍ଡ କୂଳରେ ବଳି ଓ କାଟି ଗୀତ ଗାଇବା ସହ ହର ପାର୍ବତୀ ଙ୍କୁ ପୂଜା କରିଥାନ୍ତି। ମାର୍କଣ୍ଡକୂଳରେ ପୂଜାର୍ଚ୍ଚନା ପରେ ଅଷ୍ଟମୀ ତିଥିରେ ଏହା ଶେଷ ହୋଇଥାଏ। ଅଷ୍ଟମୀ ତିଥିରେ ସମସ୍ତ ପୂଜା ସାମଗ୍ରୀକୁ ମାର୍କଣ୍ଡ କୂଳରେ ବିସର୍ଜନ କରାଯାଇଥାଏ,। ନେତ ପିଲା ମାକଣ୍ଡେୟଙ୍କୁ ଦର୍ଣନ କରି ବ୍ରତ ସମାପନ କରିଥାନ୍ତି।

ବାଇଟ2,, ରାମ ହରି ପ୍ରତିହାରୀ , ସେବୟତ
ବାଇଟ3,, ସେବୟତ ପରିବାର ମହିଳା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Oct 4, 2019, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.