ETV Bharat / state

ବିନା ମଳଦ୍ବାରରେ କଟିଲାଣି ବିକ୍ରମଙ୍କ 4 ବର୍ଷ, ବ୍ୟୟବହୁଳ ଚିକିତ୍ସା ପାଇଁ ଲୋଡା ସହଯୋଗ - ପୁରୀ ମଶାଣିଚଣ୍ଡୀର ବିକ୍ରମ

ଗରିବି ଚୋଟ, ଲକଡାଉନ ଛାଟରେ ଦହଗଞ୍ଜ ଜୀବନ । ବିନା ମଳଦ୍ବାରରେ ଦୀର୍ଘ 3 ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛି ପୁରୀ ମଶାଣିଚଣ୍ଡୀ ଅଞ୍ଚଳର 4 ବର୍ଷର ଶିଶୁ ବିକ୍ରମ । ଗୋଟିଏ ପଟେ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚ ଅନ୍ୟପଟେ ଲକଡାଉନ ଜୀବିକା ଛଡେଇ ନେଇଥିଲା ବେଳେ ବିକ୍ରମଙ୍କ ବାପା ଅସହାୟ ହୋଇପଡିଛନ୍ତି । ଏଥିପାଇଁ ଲୋଡା ସହଯୋଗର ହାତ..

ମଳଦ୍ବାର ନଥିବାରୁ ଯନ୍ତ୍ରଣାରେ ଦହଗଞ୍ଜ ବିକ୍ରମ , ଲୋଡା ଆର୍ଥିକ ସହଯୋଗ

author img

By

Published : Oct 12, 2020, 10:08 PM IST

ପୁରୀ: ବିନା ମଳଦ୍ବାରରେ ଦୀର୍ଘ 3 ବର୍ଷ କଷ୍ଟରେ ଜର୍ଜରିତ ପୁରୀ ମଶାଣିଚଣ୍ଡୀ ଅଞ୍ଚଳର 4 ବର୍ଷର ଶିଶୁ ବିକ୍ରମ । ଦୁଇ- ଦୁଇଟି ଅପରେସନ ସରିଥିଲେ ବି ଏବେ ଆହୁରି ଅପରେସନ ଲୋଡ଼ା । କିନ୍ତୁ ଅର୍ଥ ସାଜିଛି ବାଧକ । ଅଟୋ ଚାଳକ ବାପା ପାଇଁ ଶିଶୁକୁ ସୁସ୍ଥ କରିବା ଏବେ ଅସମ୍ଭବ ହୋଇପଡିଥିଲା ବେଳେ ଦରକାର ସହାୟତାର ହାତ ।

ମଳଦ୍ବାର ନଥିବାରୁ ଯନ୍ତ୍ରଣାରେ ଦହଗଞ୍ଜ ବିକ୍ରମ , ଲୋଡା ଆର୍ଥିକ ସହଯୋଗ

ପୁରୀରେ ଘର ଭଡା ନେଇ ରହୁଛନ୍ତି ବିକ୍ରମଙ୍କ ବାପା ଅନିରୁଦ୍ଧ । ଲକଡାଉନ ଯୋଗୁଁ ଅଟୋ ବି ଗଡୁନଥିଲା । ଫଳରେ ଘର ଭଡା 10 ମାସ ଦେଇନଥିଲା ବେଳେ ଓଳିଏ ଖାଇଲେ ଦୁଇ ଓଳି ଉପାସ ରହୁଛନ୍ତି । ଏଭଳି କଷ୍ଟକର ସମୟରେ ପୁଅ ବିକ୍ରମକୁ ନେଇ ଚିନ୍ତାରେ ପରିବାର ।

ଜନ୍ମର 8 ମାସ ବେଳକୁ ବିକ୍ରମଙ୍କ ମଳଦ୍ବାର ନାଡୀଟି ନଷ୍ଟ ହୋଇ ଯାଇଥିଲା। ବାଇପାସ ସର୍ଜରି କରାଯାଇ 3 ବର୍ଷ ହେବ ଏକ ପ୍ଲାଷ୍ଟିକ ଥଳିରେ ପେଟରୁ ମଳ ନିଷ୍କାସନ ହେଉଛି । ପ୍ରତି 4 ରୁ 5 ଦିନରେ ଗୋଟିଏ ଥଳି ବଦଳା ଯାଉଛି । ପ୍ଲାଷ୍ଟିକ ଥଳି ବାବଦ ମାସକୁ ଖର୍ଚ୍ଚ ହେଉଛି 4 ରୁ 5 ହଜାର ଟଙ୍କା । ପୁରୀର ସାମାଜିକ ସଂଗଠନ ସାହି ଭାଇ ଅନୁଷ୍ଠାନ ସେ ସବୁ ଯୋଗାଇ ଦେଉଛନ୍ତି । ମାତ୍ର ସମସ୍ୟାର ସ୍ଥାୟୀ ସମାଧାନ ଲାଗି ତୃତୀୟ ଅସ୍ତ୍ରୋପଚାର ନିହାତି ଆବଶ୍ୟକ । ମଳଦ୍ବାର ଠିକ ନ କଲେ ସେହି ସ୍ଥାନ ସଂକ୍ରମିତ ହୋଇ ପାରେ ବୋଲି ଡାକ୍ତର କହିଛନ୍ତି । ହେଲେ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା 2 ରୁ 3 ଲକ୍ଷ ଟଙ୍କା ଯୋଗାଡ କରିବା ଅନିରୁଦ୍ଧଙ୍କ ପକ୍ଷେ ଅସମ୍ଭବ । ପୁଅ ପାଇଁ ସେ ନିଜର ସଞ୍ଚୟ, ଗହଣା ସବୁ ବିକି ଚିକିତ୍ସାରେ ଲଗାଇସାରିଛନ୍ତି । ଏବେ ସମ୍ପୂର୍ଣ୍ଣ ହାତ ଖାଲି। । ଏବେ କେବଳ ସହାୟତାକୁ ଆଶା । ତେବେ ଏଭଳି ଅସମୟରେ ପ୍ରଶାସନ କିମ୍ବା କେହି ସହହୃଦୟ ବ୍ୟକ୍ତି ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ବିକ୍ରମଙ୍କ ବାପା ଓ ମା’ ।

ତେବେ କେହି ଯଦି ବିକ୍ରମକୁ ସାହାଯ୍ୟ ହାତ ବଢ଼େଇ ବାକୁ ଚାହୁଁଛନ୍ତି ତାହା ହେଲେ ତାଙ୍କ ବାପା ଅନିରୁଦ୍ଧ ଙ୍କୁ 98614 97175 ନମ୍ବର ରେ ଯୋଗାଯୋଗ କରିପାରିବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.