ପୁରୀ: ଆଗାମୀ ନାଗାର୍ଜୁନ ବେଶ ଦର୍ଶନ ନେଇ ଭକ୍ତ ପାଇଁ କଟକଣା ଦଳ ବତ୍ତର ରହିଛି । ତଥାପି ପତିତପାବନଙ୍କ ନାଗାର୍ଜୁନ ବେଶ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର । ପତିତପାବନଙ୍କ ବିଭିନ୍ନ ସମୟରେ ବିଭିନ୍ନ ବେଶ ହୋଇଥାଏ । ଚଳିତ ନାଗାର୍ଜୁନ ବେଶରେ ବି ପତିତପାବନଙ୍କ ହେବ ନାଗାର୍ଜୁନ ବେଶ । ମହାପ୍ରଭୁ ରତ୍ନ ସିଂହାସନରେ ହେଉଥିବା ଅବିକଳ ନାଗାର୍ଜୁନ ବେଶ ପତିତପାବନଙ୍କର ମଧ୍ୟ ହେବ ।
ବିଶେଷ କରି ଏହା ଦ୍ୱାରା ପୁରୀ ବାସିନ୍ଦା ଏବଂ ଭକ୍ତମାନେ ଶ୍ରୀମନ୍ଦିର ସିଂହ ଦ୍ୱାରରୁ ଦୂରରେ ରହି ନଗାର୍ଜୁନ ବେଶ ଦେଖି ପାରିବେ । ତେବେ ନାଗାର୍ଜୁନ ବେଶ କିଭଳି ସୁରୁଖୁରୁରେ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଅନ୍ୟପଟେ କାର୍ତ୍ତିକ ମାସରେ ଭକ୍ତମାନେ ଯେଭଳି ସୁବିଧାରେ ମହାପ୍ରସାଦ ପାଇବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଏକ ସେଡ କରାଯିବ । ସେଠାରେ ଭକ୍ତମାନେ କିଭଳି ସାମାଜିକ ଦୂରତା ରଖି ଅପେକ୍ଷା କରିବା ସହ ମହା ପ୍ରସାଦ ପାଇବେ ସେନେଇ ବ୍ୟବସ୍ଥା ହେବ ।
ସୁଆର ମହାସୁଆର ନିଯୋଗ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇ ଭକ୍ତଙ୍କୁ ଶୃଙ୍ଖଳାରେ ମହା ପ୍ରସାଦ ଯୋଗାଇ ଦିଆଯିବ । ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ରୂପା କବାଟ ଲାଗିବା ପ୍ରସଙ୍ଗ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଛି । ଶିଳ୍ପୀ ରଘୁନାଥଙ୍କ ମହାପାତ୍ରଙ୍କ ତତ୍ୱାବଧାନରେ ଏହି କମିଟି ପରିଚଳନା ହେବ । ରୁପା କବାଟର ଡିଜାଇନ କିଭଳି ଉତ୍କଳୀୟ ଢାଞ୍ଚାରେ ହେବ ସେ ନେଇ ଡିଜାଇନ ପ୍ରସ୍ତୁତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କାମଟି ସଦସ୍ୟ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ