ପୁରୀ: ଆଜି ମା ଦୁର୍ଗାଙ୍କର ମହାନବମୀ ପୂଜା । ଜଗନ୍ନାଥ ଧାମ ପୁରୀ ମଧ୍ୟ ନବମୀ ପୂଜାକୁ ନେଇ ଉତ୍ସଵମୁଖର ହୋଇଛି। ବିଭିନ୍ନନ ପୂଜା ମଣ୍ଡପରେ ଭକ୍ତଙ୍କ ସକାଳୁ ପ୍ରବଳ ଗହଳି ଲାଗିଛି । ସମସ୍ତେ ମା ଦୁର୍ଗାଙ୍କୁ ଆବାହନ କରୁଛନ୍ତି ।
ତେବେ ବଙ୍ଗୀୟ ରୀତିନୀତିରେ ପୂଜା ପାଉଥିବା ଦୁର୍ଗା ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି କୁମାରୀ ପୂଜା । ଛୋଟ ଛୋଟ ଝିଅଙ୍କୁ ପାରମ୍ପରିକ ବେଶ ଭୁଷାରେ ଦେବୀ ଭଳି ସଜାଯାଇ ପୂଜା କରାଯାଇଛି ।
ଶ୍ରଦ୍ଧାଳୁମାନେ ଦେବୀରୂପି କୁମାରୀଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ସେହିପରି ମହା ନବମୀ ପୂଜା ନେଇ ଚଣ୍ଡୀ ପାଠ ସମେତ ବିଭିନ୍ନ ଗୁପ୍ତ ନୀତି ପୂଜା ମଧ୍ୟ ହେଉଛି। ତେବେ ମହାନବମୀ ପୂଜା କିଭଳି ଚାଲିଛି ଓ କୁମାରୀ ପୂଜାର କଣ ପରମ୍ପରା ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି....
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ