ପୁରୀ: ବିଲ ଭିତରେ ପଡିଛି ଗଳିତ ମୃତଦେହ । ପୁରୀ ସଦର ଥାନା ଅନ୍ତର୍ଗତ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ପ୍ରଥମେ ସ୍ଥାନୀୟ ଲୋକେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, ସେନେଇ ପୋଲିସ ଅନୁସନ୍ଧାନ ଚଳାଇଛି। ତେବେ ବିଲ ଭିତରେ ଏହି ବ୍ୟକ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ସେପଟେ ଏହା ହତ୍ୟା ନା ଅନ୍ୟକିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ