ETV Bharat / state

ଐତିହ୍ୟ ସହରରେ ମଶାଙ୍କ ରାଜ, କଲବଲ ପୁରୀବାସୀ - ପୁରୀ ସହରରେ ବଢ଼ି ଚାଲିଛି ମଶା ବଂଶ

ପୁରୀ ସହରରେ ବଢ଼ି ଚାଲିଛି ମଶା ବଂଶ । ଅତ୍ୟଧିକ ମଶା ଯୋଗୁଁ କଲବଲ ହେଉଛନ୍ତି ସହରବାସୀ । ଅଧିକ ପଢ଼ନ୍ତୁ

mosquito tension in puri
ଐତିହ୍ୟ ସହରରେ ମଶାଙ୍କ ରାଜ, କଲବଲ ସହରବାସୀ
author img

By

Published : Dec 14, 2022, 1:06 PM IST

ଐତିହ୍ୟ ସହରରେ ମଶାଙ୍କ ରାଜ

ପୁରୀ: ସମସ୍ୟା ଘେରରେ ପୁରୀ ସହର । ଏହାର ସମାଧାନ ଦିଗରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଦୌ ଆଗ୍ରହ ଦେଖାଉନଥିବା ବେଳେ ସହରକୁ ଅବହେଳା କରୁଥିବା ସାଂଘାତିକ ଅଭିଯୋଗ ହୋଇଛି । ପୁରୀ ସହର‌ ଓ ବିଭିନ୍ନ ୱାର୍ଡରେ ଡ୍ରେନେଜ୍ ଏବଂ ବିଭିନ୍ନ ଘାସ ବୁଦା ସଫେଇ ହୋଇନଥିବାରୁ ମଶା ବଂଶ ଏବେ ଅହେତୁକ ଭାବେ ବଢ଼ି ଯାଇଛି । ଦିନ ହେଉ ଅବା ରାତି, ଘରେ ହେଉ କିମ୍ବା ବାହାରେ ମଶାଙ୍କ ପ୍ରାଦୁର୍ଭାବ ଯୋଗୁଁ ଚଳପ୍ରଚଳ କରିବା ଅସମ୍ଭବ ହୋଇ ପଡିଛି । ଫଳରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ମଶାଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁରୀ ପୌର ପାଳିକା ପକ୍ଷରୁ ନା ଡ୍ରେନରେ ପଡୁଛି ମଶା ତେଲ ନା ବୁଲୁଛି ମଶା ଧୂଆଁ । ସହରବାସୀଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ବିଭିନ୍ନ ସଙ୍ଗଠନ ମଶାଙ୍କ ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଥକି ଯାଇଥିଲେ କୌଣସି ସୁଫଳ ମିଳିପାରୁନାହିଁ । ହୋଲ୍ଡିଂ ଟିକସ ଠାରୁ ଆରମ୍ଭ କରି ବିଭିନ୍ନ ଟ୍ୟାକ୍ସ ଲୋକଙ୍କ ଠାରୁ ପୌର ପାଳିକା ଆଦାୟ କରୁଥିବା ବେଳେ ଜନସାଧାରଣଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି ପୌର ପ୍ରଶାସନ । ମଶାଙ୍କ ଉତ୍ପାତକୁ ନେଇ ଜନସାଧାରଣ ତ୍ରାହି ତ୍ରାହି ଡାକିଲେଣି । ହେଲେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସହରବାସୀଙ୍କୁ ସେବା ଯୋଗାଇ ଦେବାରେ କାହିଁକି ଅବହେଳା କରୁଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସାରା ରାଜ୍ୟରେ ସମସ୍ତ ମ୍ୟୁନିସିପାଲଟିରେ ନିର୍ବାଚନ ସରିଯାଇଥିବା ବେଳେ ପୁରୀ ପୌର ପାଳିକାରେ ନିର୍ବାଚନ ଅନୁଷ୍ଠିତ ହୋଇପାରି ନାହିଁ । ଫଳରେ ପୌର ପାଳିକାରେ ନା ଅଛି ନିର୍ବାଚିତ କାଉନସିଲର, ନା ଅଛନ୍ତି ପୌରାଧ୍ୟକ୍ଷ । ନିର୍ବାଚିତ ଲୋକ ପ୍ରତିନିଧି ନଥିବାରୁ ପୌର ପାଳିକାର‌ ସମସ୍ୟା ସମାଧାନ ହୋଇପାରୁ ନାହିଁ । ସେପଟେ ନିର୍ବାଚିତ କାଉନସିଲର ନଥିବାରୁ ପୌର ଅଧିକାରୀ ଏବେ ନିଜକୁ ସର୍ବେସର୍ବା ମନେ କରୁଛନ୍ତି । କେବଳ ନିଜର ଫାଇଦା ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଏହି ଅଧିକାରୀ ମାତିଥିବା ସହରବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ଡ୍ରେନ ସଫେଇ ହେଉନଥିବାରୁ ମଶା ବଂଶ ବୃଦ୍ଧିର ଏହା ହେଉଛି ମୁଖ୍ୟ କାରଣ ବୋଲି କୁହାଯାଉଛି ।

ପୁରୀ ସହରରେ ମଶାଙ୍କ ଉତ୍ପାତକୁ ରୋକା ନଗଲେ ସହରବାସୀଙ୍କୁ ଅବହେଳା କରୁଥିବା ପୌର ଅଧିକାରୀଙ୍କ ବିରୋଧରେ ଜନସାଧାରଣ ଓ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି । ସେପଟେ ସହରବାସୀଙ୍କୁ ସେବା ଯୋଗାଇ ଦେବାରେ ଅବହେଳା ପ୍ରସଙ୍ଗକୁ ପୌର ଅଧିକାରୀ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "ମଶା ସମସ୍ୟାର ନିରାକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଏବଂ ମଶା ଧୂଆଁ ଗଳିକନ୍ଦିରେ ବୁଲୁଛି । ବିଭିନ୍ନ ୱାର୍ଡରେ ମଶା ତେଲ ଦିଆଯାଉଛି ।" ଆଧ୍ୟାତ୍ମିକ ତଥା ଧାର୍ମିକ ନଗର ପୁରୀ ସାରା ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ବେଳେ ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସୁଛନ୍ତି । ତେବେ ମଶାଙ୍କ ଦୌରାତ୍ମ୍ୟକୁ ନେଇ କେବଳ ସହରବାସୀ ନୁହେଁ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ମଧ୍ୟ ତ୍ରାହି ତ୍ରାହି ଡାକୁଛନ୍ତି । ତେଣୁ ପୁରୀକୁ ସରସ ସୁନ୍ଦର ଓ ସ୍ବଚ୍ଛ କରିବା ପାଇଁ ହେଲେ ଜିଲ୍ଲା ପ୍ରଶାସନ ପୌରପାଳିକା ଅଧିକାରୀଙ୍କୁ ବଦଳାଇ ଜଣେ ଦକ୍ଷ ଅଧିକାରୀଙ୍କୁ ଦାୟିତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସହରବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.