ETV Bharat / state

ବଦଳିବ ପର୍ଯ୍ୟଟକଙ୍କ ସପିଂ ତରିକା, ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହେବ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ

ରଥଯାତ୍ରାରେ ଆଉ ଅସୁବିଧା ଭୋଗିବେନି ବ୍ୟବସାୟୀ କିମ୍ବା ଭକ୍ତ । ପୁରୀରେ ୩ଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିବା ବେଳେ ରଥଯାତ୍ରା ପୂର୍ବରୁ ହେବ ଉଦଘାଟନ । ଦେଖନ୍ତୁ ଏହି ରିପୋର୍ଟ

author img

By

Published : Apr 21, 2023, 3:37 PM IST

market complex Will inaugurated in puri
market complex Will inaugurated in puri
ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ

ପୁରୀ: ଆସନ୍ତା ଜୁନ ୨୦ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ପୁରୀକୁ ବର୍ଷସାରା ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ରଥଯାତ୍ରାରେ ଅଧିକ ଭକ୍ତ ଆସିଥିଲା । ଭକ୍ତ ଏବଂ ଭଗବାନଙ୍କ ମହାମିଳନ ହେଉଥିବା ବେଳେ ବଡଦାଣ୍ଡରେ ମହାପ୍ରଭୁଙ୍କ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । କିନ୍ତୁ ଚଳିତଥର ଆଉ କୌଣସି ସମସ୍ୟା ଭୋଗିବେ ନାହିଁ ଭକ୍ତ କିମ୍ବା ବ୍ୟବସାୟୀ । ରଥଯାତ୍ରା ପୂର୍ବରୁ ପୁରୀ ସହରରେ ଉଦଘାଟନ ହେବ 3ଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ।

ପୁରୀ ମାର୍କେଟ ଛକରେ ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଖଣ୍ଡେଲାଇଟ୍ ପଥର ବ୍ୟବହାର କରାଯାଇ ଅତି ସୁନ୍ଦର ଭାବେ ଏହି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି । ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ମାର୍କେଟ କମ୍ପ୍ଲେକ୍ସରେ ୫୦୦ ଦୋକାନ ଘର ରହିଛି । କେବଳ ସେତିକି ନୁହେଁ ମୋଚି ସାହି ସ୍ଥିତ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ୪୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏଥିରେ ୧୫୧ ଟି ଦୋକାନ ଘର ରହିଛି । ତୃତୀୟଟି ଜେଲ୍ ରୋଡରେ ନିର୍ମାଣ ହୋଇଥିବା ବେଳଏ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିପାଇଁ ୬୭ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ଏଥିରେ ୩୫୦ଟି ଦୋକାନ ଘର ରହିଛି । ଏହି ତିନୋଟି ମାର୍କେଟ କମ୍ପ୍ଲେକ୍ସର ଗ୍ରାଉଣ୍ଡ ଫ୍ଲୋରରେ ପାର୍କିଂର ବ୍ୟବସ୍ଥା ହୋଇଥିବା ବେଳେ ଏଥିରେ ଏକ ହଜାର ପାଖାପାଖି ଗାଡ଼ି ରହିବାର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିସ୍ଥାପିତ ବ୍ୟବସାୟୀ, ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସ ଏବଂ ମହୋଦଧି ମାର୍କେଟ କମ୍ପ୍ଲେକ୍ସର ବିସ୍ଥାପିତ ବ୍ୟବସାୟୀଙ୍କୁ ମଧ୍ୟ ଏଠାରେ ଥଇଥାନ କରାଯିବା ନେଇ ବ୍ୟବସ୍ଥା ହୋଇଥିବାରୁ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଶ୍ରୀକ୍ଷେତ୍ରର ରୂପରେଖ ବଦଳାଇବା ପାଇଁ ଏହି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି । ଗତ ୨୦୨୦ ମସିହା ଜାନୁଆରୀ ୧୭ରେ ପୁରୀ ମାର୍କେଟ ଛକ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଜେଲ୍ ରୋଡ଼ ଏବଂ ମୋଚି ସାହି ଛକରେ ନୂଆ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ସହ ପାର୍କିଂ ସ୍ଥଳ ନିର୍ମାଣ ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ସହ ଦୁଇବର୍ଷ ଭିତରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ କୋଭିଡ ମହାମାରୀ ଏବଂ ଖାଣ୍ଡେଲାଇଟ୍ ପଥର ଅଭାବ ଯୋଗୁଁ କିଛି ମାତ୍ରାରେ କାର୍ଯ୍ୟ ଧିମେଇ ଯାଇଥିଲା । ତେବେ ଓବିସିସି ଏହି ସବୁ ସମସ୍ୟାକୁ ମୁକାବିଲା କରି ଶେଷରେ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଶେଷ କରିଛି। ଶେଷରେ ବିସ୍ଥାପିତ ବ୍ୟବସାୟୀଙ୍କ ମୁହଁରେ ହସ ଫୁଟିବା ସହ ଶ୍ରୀକ୍ଷେତ୍ରବାସୀ ମଧ୍ୟ ବଡ଼ ମେଟ୍ରୋ ସହର‌ ପରି ମାର୍କେଟ କମ୍ପ୍ଲେକ୍ସରେ ସପିଂର ମଧ୍ୟ ଏକ ନୂଆ ଅନୁଭୂତି ପାଇବେ ବୋଲି ଆଶା ରଖିଛି ପ୍ରଶାସନ ।

ଏନେଇ ଜିଲ୍ଲାପାଳ କହିଛନ୍ତି, "ପୁରୀରେ ଚାଲିଥିବା ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି । ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଉଦଘାଟନ ହେବ । ଏଥରେ ଅନେକ ଦୋକାନ ଗୃହ ସହ ପାର୍କିର ମଧ୍ୟ ବ୍ୟବସ୍ଥା କରାଯାଉଛି ।"

ଶ୍ରୀକ୍ଷେତ୍ରକୁ ଏକ ନୂଆ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଛି । ତେବେ ଏହି ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ପୁରୀ ସହରବାସୀ ଏବଂ ପର୍ଯ୍ୟଟକଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.