ETV Bharat / state

ପୁରୀରେ 3ଟି ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଶେଷ, ଯୋଗ୍ୟ ବ୍ୟକ୍ତିଙ୍କୁ ଦୋକାନ ଗୃହ ଆବଣ୍ଟନ ଦାବି

ପୁରୀରେ ନିର୍ତ୍ତିମ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାମ ଶେଷ ହୋଇଛି ଖୁବଶୀଘ୍ର ଏହାର ଉଦଘାଟନ କରାଯିବ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 19, 2023, 2:14 PM IST

puri market complex
ପୁରୀ 3ଟି ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଶେଷ

ପୁରୀ: ସହରରେ 3ଟି ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଶେଷ ହୋଇଛି । ସ୍ୱଚ୍ଛତା ଭିତ୍ତିରେ ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କୁ ଦୋକାନ ଗୃହ ଆବଣ୍ଟନ ନେଇ ବିଭିନ୍ନ ମହଲରେ ଦାବି ହୋଇଛି । ପୁରୀ ସହରର ମାର୍କେଟ ଛକ, ମୋଚିସାହି ଛକ ଏବଂ ଜେଲ୍ ରୋଡ଼ରେ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏବେ ଦୋକାନ ଗୃହ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଦୋକାନ ଗୃହ ପାଇଥିବା ଦୋକାନୀଙ୍କ ନାମ ଏକ ନୋଟିସ ମାଧ୍ୟମରେ ସର୍ବସାଧାରଣରେ ପ୍ରକାଶ କରାଯାଇଛି । ଯଦି କାହାର ଆପତ୍ତି ଅଭିଯୋଗ ଥିବ ସେମାନେ ପ୍ରଶାସନକୁ ଜଣାଇବା ପାଇଁ କୁହାଯାଇଛି । ସେପଟେ ଦୋକାନ ଗୃହ ପାଇଥିବା ବ୍ୟବସାୟୀ ମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପକୁ ଦୋକାନ ଗୃହ ପାଇଥିବା ବ୍ୟବସାୟୀ ପ୍ରଶଂସା କରିଛନ୍ତି । ସେପଟେ ଦୋକାନ ଗୃହ ଆବଣ୍ଟନରେ ପ୍ରିୟାପ୍ରତି ପୋଷଣ କରାନଯାଇ ଉଚିତ୍ ଢଙ୍ଗରେ ଯୋଗ୍ୟ ହିତାଧିକାରୀଙ୍କୁ ଦୋକାନ ଗୃହ ଦେବାକୁ ନଗର କଂଗ୍ରେସ୍ ସଭାପତି ଛବିନ୍ଦ୍ର ପଢୀଆରୀ ଦାବି କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଅନେକ ଛୋଟବଡ଼ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା ।‌ ତେବେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ସରକାର । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖରେ ପୁରୀ ମାର୍କେଟ ଛକରେ ଥିବା ମ୍ୟୁନିସିପାଲଟି ମାର୍କେଟକୁ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ମୋଚି ସାହି ଏବଂ ଜେଲ୍ ରୋଡ୍‌ରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ ।

ମୋଟ ୧୪୮ କୋଟି ଟଙ୍କା ବ୍ୟୟରେ ମାର୍କେଟ ଛକ, ମୋଚିସାହି ଓ ଜେଲ୍ ରୋଡ଼ରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରେ ମୋଟ ୧୦୦୦ଟି ଦୋକାନ ଗୃହ ରହିଛି । ଯାହାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିସ୍ଥାପିତ ବ୍ୟବସାୟୀଙ୍କ ସମେତ ମ୍ୟୁନିସିପାଲଟି ମାର୍କେଟ୍‌ କମ୍ପ୍ଲେକ୍ସ ଏବଂ ମୋଚିସାହି ମାର୍କେଟ କମ୍ପ୍ଲେକ୍ସ ବ୍ୟବସାୟୀଙ୍କୁ ମଧ୍ୟ ଥଇଥାନ କରିବା ପାଇଁ ଏହି ତିନୋଟି ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସ୍ଥା ହୋଇଛି । ତେବେ ଖୁବଶୀଘ୍ର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବିସ୍ଥାପିତ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଦୋକାନ ଗୃହ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ବି ପଢନ୍ତୁ...ବଦଳିବ ପର୍ଯ୍ୟଟକଙ୍କ ସପିଂ ତରିକା, ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହେବ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ

ପୁରୀ ସହରରେ ନିର୍ମାଣ ହୋଇଥିବା ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଏହି ମାମଲା ହାଇକୋର୍ଟକୁ ମଧ୍ୟ ଯାଇଥିଲା । ତେବେ ପୁରୀ ଜିଲ୍ଲା ପ୍ରଶାସନ କିଭଳି ସ୍ବଚ୍ଛତା ତାର ସହ ଦୋକାନ ଗୃହ ଆବଣ୍ଟନ କରିବ ତା'କୁ ହିଁ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.