ETV Bharat / state

ବସରେ ନାବାଳିକା ଦୁଷ୍କର୍ମ ଘଟଣା: ଚାର୍ଜସିଟ ଦାଖଲ କରିବ ପୋଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାରେ ଖୁବଶୀଘ୍ର ପୋଲିସ ଦାଖଲ କରିବ ଚାର୍ଜସିଟ । ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ଆସନ୍ତା 4ରୁ5 ଦିନ ମଧ୍ୟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବ ।

author img

By

Published : Jul 10, 2019, 7:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ବସ୍ ଭିତରେ ନାବାଳିକା ଦୁଷ୍କର୍ମ ଘଟଣାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ପୋଲିସ । ଆଗାମୀ 4ରୁ 5 ଦିନ ଭିତରେ ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ । ଅନ୍ୟପଟେ ଏହି ମାମଲାର ଅଭିଯୁକ୍ତ ହେଲପରକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପୀଡିତାଙ୍କୁ 20 ହଜାର ଟଙ୍କା ଦିଆଯିବ ବୋଲି ଏସପି କହିଛନ୍ତି । ତେବେ ପୀଡିତାକୁ ଏବେ ସୁଧାର ଗୃହରେ ରଖାଯାଇ ଯତ୍ନ ନିଆଯାଉଥିବା ସେ କହିଛନ୍ତି ।

ବସ୍‌ରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ସେପଟେ ଏହି ଘଟଣାରୁ ଗୁରୁତର ସହ ନେଇ ଜୋରଦାର ତଦନ୍ତ କରାଯାଉଥିବା ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସନ୍ଧ୍ୟା ଦର୍ଶନ ନେଇ ପ୍ରସ୍ତୁତିBody:ଶରଧାବାଲିରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ନାକଚଣା ଦ୍ୱାରକୁ ଅଣାଯାଇଥିଲା। ଏହାପରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥକୁ ଅଣାଯାଇଥିଲା। ଆଜି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ଅଣାଯାଇଛି।ତେବେ ଆସନ୍ତାକାଲି ନବମୀରେ ସନ୍ଧ୍ୟା ଦର୍ଶନ ସରିବା ପରେ ୧୨ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ତେଣୁ ଆସନ୍ତାକାଲି ସନ୍ଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଲୋକେ ଜନ୍ମବେଦୀରେ ଦର୍ଶନ କରିପାରିବେ। ସନ୍ଧ୍ୟା ୭ଟା ପରେ ଦର୍ଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାରିକେଡ ନିର୍ମାଣ ସହ 45 ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ପୁରୀ sp ସୂଚନା ଦେଇଛନ୍ତି। ସେହିପରି ଦଇତାପତି ଜେଟିପି ମଧ୍ୟରେ ବିବାଦ ଘଟଣା କୁ ନେଇ ନୀତିକାନ୍ତି ରେ ବିଳମ୍ବ ହେବ ନାହିଁ ବୋଲୀ ପୁରୀ sp କହିଛନ୍ତି। ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିବା ବେଳେ ସବୁ କିଛି ଶୃଙ୍ଖଳା ରେ ସମାପନ ନେଇ ସେ ଆଶା ରଖିଛନ୍ତି।

ବାଇଟ,, ଉମାସଙ୍କର ଦାସ , ପୁରୀ spConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ପୁରୀ sp ଙ୍କ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.