ପୁରୀ: ରାଜ୍ୟରେ ପୁଣି ଲଜ୍ଜା । କୋଣାର୍କ ନୟାହାଟ ଫାଣ୍ତି ଅଞ୍ଚଳରେ ନାବାଳିକାକୁ ଅପହରଣ ପରେ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇଛି। ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୋପ ପୋଲିସ । ଅଭିଯୁକ୍ତ ମାନେ ହେଲେ ସାଗର ପାତ୍ର ଓ ଗିରିଧାରୀ ନାୟକ । ଏବେ ବି ଅନ୍ୟଜଣେ ଫେରାର ଅଛି ।
ଗତ ଜୁଲାଇ ୧୬ ତାରିଖରେ ଅଭିଯୁକ୍ତମାନେ ନୟାହାଟ ନୂଆମଠ ନିକଟ ଏକ ବନ୍ଦ କୋଠରୀରେ ରଖି ନାବାଳିକାକୁ ୨ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ଏ ନେଇ ପୋଲିସରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ