ETV Bharat / state

ଦଶହରାରେ ରାବଣ ବଦଳରେ ମନ୍ତ୍ରୀ ସମୀର ଦାଶଙ୍କ କୁଶପୁତ୍ତଳିକା ଦାହ କଲା BJP

author img

By

Published : Oct 6, 2022, 12:21 PM IST

ପୁରୀ ଜିଲ୍ଲା ଗୋପରେ ରାବଣ ବଦଳରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି । ଅଧିକ ପଢନ୍ତୁ

ପୁରୀରେ ମନ୍ତ୍ରୀ ସମୀର ଦାଶଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ପୁରୀ: ରାବଣ ପୋଡିରେ ଜଳା ହେଲା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କୁଶ ପୁତ୍ତଳିକା । ଗୋପର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଭାରତୀୟ ଜନତା ପାର୍ଟି(BJP) ରାବଣ ବଦଳରେ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି(BJP workers burn Samir Dash effigy) । ସମୀର ଦାଶଙ୍କୁ ନିମାପଡା ଗୋପ ଅଞ୍ଚଳର ରାବଣ ବୋଲି କହିଛି ବିଜେପି । ଲଙ୍କାପତି ରାବଣ ସୀତାଙ୍କୁ ହରଣ କରିବା ଭଳି ମନ୍ତ୍ରୀ ମଧ୍ୟ ପର ସ୍ତ୍ରୀକୁ ହରଣ କରୁଛନ୍ତି ବୋଲି ନିମାପଡା ବିଜେପି କର୍ମୀ ଅଭିଯୋଗ କରି ବିଜୟ ଦଶମୀରେ ରାବଣ ବଦଳରେ ତାଙ୍କର କୁଶ ପୁତ୍ତଳିକା ଦହନ କରିଛନ୍ତି ।

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ବିଜେପି ଅଭିଯୋଗ କରିଆସୁଛି । ଏହି ପରିପ୍ରେକ୍ଷୀରେ ସମୀର ଦାଶଙ୍କ ଇସ୍ତଫା ଦାବି କରି ବୁଧବାର ବିଜୟା ଦଶମୀ ଅବସରରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ଏଭଳି ନିଆରା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମନ୍ତ୍ରୀଙ୍କୁ ରାବଣ ଭାବେ ଅଭିହିତ କରି ତାଙ୍କର କୁଶ ପୁତ୍ତଳିକା ଦାହ କରିଛି ଦଳ । ତେବେ ଏହି ବିକ୍ଷୋଭକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ପୋଲିସ ପକ୍ଷରୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି । ତେବେ ରାବଣ ପୋଡ଼ି ଦିନ ରାଜ୍ୟର ଜଣେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦହନ କରିବା ଘଟଣା ଏବେ ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ହେଇଛି ।

ଏହାମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ରଙ୍କ ଅଡିଓ କ୍ଲିପ୍ ଭାଇରାଲ, ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନିମାପଡା BJP ପକ୍ଷରୁ ବିକ୍ଷୋଭ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ(Dharmendra Sahoo Death Case) ଘଟଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଅଡୁଆରେ ପଡିଛନ୍ତି । ଧର୍ମେନ୍ଦ୍ର ସାହୁ ତାଙ୍କ ଜଣେ ବନ୍ଧୁ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହେବା ବେଳେ ଆଗକୁ ଯଦି ତାଙ୍କର ମୃତ୍ୟୁ ହୁଏ ମନ୍ତ୍ରୀ ସମୀର ଦାଶ ଓ ତାଙ୍କର କିଛି ଅନୁଗତ ଲୋକ ଦାୟୀ ରହିବେ ବୋଲି ଫୋନରେ କହିଥିଲେ । ଏହି ଅଡିଓ କ୍ଲିପ୍ ଭାଇରାଲ୍ ପରେ ବିଜେପି ମନ୍ତ୍ରୀଙ୍କ ଇସ୍ତଫା ସହ ତାଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଆସୁଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.