ETV Bharat / state

ମାଟ୍ରିକ ପରୀକ୍ଷା ଶେଷ ଦିନରେ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Mar 2, 2020, 5:05 PM IST

ମାଟ୍ରିକ ପରୀକ୍ଷା ଶେଷ ଦିନରେ ପିପିଲିର ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏଥର ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Minister of Mass Education visit school
ମାଟ୍ରିକ ପରୀକ୍ଷା ଶେଷ ଦିନରେ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ପୁରୀ: ମାଟ୍ରିକ ପରୀକ୍ଷାର ଶେଷ ଦିନରେ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ପିପିଲିର ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିଦର୍ଶନ କରିବା ସହ ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଚଳିତ ବର୍ଷ ଶୃଙ୍ଖଳିତ ଭାବରେ ମାଟ୍ରିକ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବାରୁ ଏହାର ଶ୍ରେୟ ସେ ବୋର୍ଡ କର୍ତ୍ତୃପକ୍ଷ, ପରୀକ୍ଷା ସେଣ୍ଟରରେ କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କୁ ଦେଇଥିଲେ । ଆସନ୍ତା 18 ତାରିଖ ଠାରୁ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ । ସଠିକ୍‌ ସମୟରେ ଏଥର ମାଟ୍ରିକ ରେଜେଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସେହିପରି ମଙ୍ଗଳବାର ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହି ପରୀକ୍ଷା ମଧ୍ୟ ଶୃଙ୍ଖଳିତ ଭାବେ ହେବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.