ETV Bharat / state

ପାଖେଇ ଆସୁଛି ନୂଆବର୍ଷ, ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Darshan Arrangement in Puri: ନୂଆବର୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 27, 2023, 7:46 AM IST

ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ: ଦିନ କେଇଟା ପରେ ନୂଆବର୍ଷ । ବର୍ଷ ଶେଷ ହୋଇ ଆସୁଥିବାବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । ତେବେ ଆଗକୁ ନୂଆବର୍ଷ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କର ହେବ ସମାଗମ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ବରିଷ୍ଠ ନାଗରିକଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିଵା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ।

ତେବେ ଆସନ୍ତା ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ପୁରୀକୁ ହେବ । ତେବେ ବଡ଼ଦିନ ଛୁଟି ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତ ଆସିଥିଲେ । ଫଳରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡ଼ ଯୋଗୁଁ ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭକ୍ତମାନେ ଛିଡ଼ା ହୋଇ ରହିଥିଲେ । ଦୀର୍ଘ ସମୟ ଧରି ଧାଡ଼ି ବାନ୍ଧି ଠିଆହୋଇ ଧୈର୍ଯ୍ୟ ହରାଇବା ପରେ ଜୋର ଜବରଦସ୍ତ ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ ଭକ୍ତ । କାରଣ ଗଳାବାଟ ଦେଇ କେତେକ ପ୍ରଶାସନିକ କର୍ମଚାରୀମାନେ କିଛି ଧନୀ ଶ୍ରେଣୀର ଭକ୍ତମାନଙ୍କୁ ଦର୍ଶନ ପାଇଁ ପ୍ରବେଶ କରାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନଵାଚୀ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ- ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ସେହିପରି ଅନେକ ଭକ୍ତ ବିନା ଯାଞ୍ଚରେ ଶ୍ରୀମନ୍ଦିରକୁ ପ୍ରବେଶ ସହ ମୋବାଇଲ ନେଇ ଯାଇଥିଲେ । ଏଥିସହ ଶ୍ରୀମନ୍ଦିରକୁ ଆସୁଥିବା ବରିଷ୍ଠ ନାଗରିକମାନଙ୍କ ଦର୍ଶନ ପାଇଁ ପ୍ରଶାସନ ତରଫରୁ କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ହୋଇନଥିବା କହିଛି ସଂଘ । ତେଣୁ ଏବେଠାରୁ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନକରାଗଲେ ଯଦି ନୂଆବର୍ଷରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୁଏ ତେବେ କିଏ ଦାୟୀ ରହିବ ବୋଲି ସଂଘ ପ୍ରଶ୍ନ କରିଛି । ତେବେ ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ସଂଘର ଆଵାହକ ଅନିଲ କୁମାର ସାହୁ, ସୁରେଶ ମହାପାତ୍ର, ଉମା ଶଙ୍କର ସାହୁ ଓ ପ୍ରଦୀପ କୁମାର ବଡ଼ଜେନା ପ୍ରମୁଖ ଅଧିବକ୍ତାମାନେ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ନୂଆବର୍ଷରେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ପ୍ରଶାସନ । ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ୍ ଅଫିସର, ଫୋର୍ସ ମୁତୟନ କରାଯାଇଛି । ସେହିପରି ସହରର ପ୍ରମୁଖ ସ୍ଥାନରେ ପୋଲିସ୍ ଚେକିଂ ସହ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି । କୌଣସି ସ୍ଥାନରେ କିଛି ଅଘଟଣ ଘଟିଲେ ପୋଲିସର ସହାୟତା ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.