ETV Bharat / state

ଶ୍ରୀମନ୍ଦିର କୋଭିଡ ସ୍ଥିତି ସମୀକ୍ଷାକୁ ନେଇ ବୈଠକ - ଶ୍ରୀମନ୍ଦିର କୋଭିଡ ସ୍ଥିତି ସମୀକ୍ଷା

ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ନୂତନ ଏସଓପିର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର କୋଭିଡ ସ୍ଥିତି ସମୀକ୍ଷାକୁ ନେଇ ବୈଠକ

author img

By

Published : Apr 21, 2021, 5:18 PM IST

ପୁରୀ : ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ହୋଇଥିବା ନୂତନ ଏସଓପିର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନୀଳାଦ୍ରି ଭକ୍ତ ନିବାସରେ ହୋଇଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ନୀଳାଚଳ ଭକ୍ତ ନିବାସରେ କୋଭିଡ ଆକ୍ରାନ୍ତ ସେବାୟତଙ୍କ ଚିକିତ୍ସା ପାଇଁ ୪୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ ଆରମ୍ଭ ହୋଉଛି । ସବୁ ଶଯ୍ୟା ପାଇଁ ଅକ୍ସିଜେନ ସହ ଡାକ୍ତର, ନର୍ସ ଓ ଆମ୍ବୁଲାନ୍ସ ମୁତୟନ ରହିବ । ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ସେବାୟତ ମାନେ ।

ଶ୍ରୀମନ୍ଦିର କୋଭିଡ ସ୍ଥିତି ସମୀକ୍ଷାକୁ ନେଇ ବୈଠକ

କୋଭିଡ୍ ସ୍ଥିତିକୁ ନେଇ ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ହୋଇଥିବାରୁ ଶ୍ରୀମନ୍ଦିର ପାଇଁ କ’ଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରାଯାଉଛି । ଆଗକୁ ଚନ୍ଦନଯାତ୍ରା ଓ ରଥଯାତ୍ରା ହୋଇଥିବାରୁ କିଭଳି ତାହା ପାଳନ କରାଯିବ ସେନେଇ ଆଲୋଚନା ହୋଇଛି । ଆସନ୍ତା ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ସେବାୟତଙ୍କୁ ଟିକା ଦିଆଯିବ । ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତଙ୍କୁ ମଧ୍ୟ ଟିକା ଦିଆଯିବ । ସେବାୟତଙ୍କ ପ୍ରତି ପରିବାରକୁ ଟ୍ରାକିଙ୍ଗ କରାଯିବ । କିଏ ଟିକା ନେଇଛି, କିଏ ନେବ, କାହାର ସ୍ୱାସ୍ଥ୍ୟ କିପରି ଅଛି ସେନେଇ ବ୍ୟବସ୍ଥା କରାଯିବ ?

ଏଥିପାଇଁ ଏକ ୭ ଜଣିଆ ସେବାୟତ କମିଟି ଗଠିତ ହୋଇଛି । ଆସନ୍ତା ଶନିବାର ବୈଠକରେ ରାଜ୍ୟର ଭକ୍ତଙ୍କ ପାଇଁ ଜାରି ହୋଇପାରେ ନୂତନ ଏସଓପି ।କୁମ୍ଭ ମେଳାରୁ ଆସି ସଙ୍ଗରୋଧରେ ଥିବା ୩୨ ଜଣ ସେବାୟତଙ୍କ କୋଭିଡ ପରୀକ୍ଷା କରାଯାଇଛି । ସେମାନଙ୍କ ଭିତରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା କିଭଳି ହେବ ତାହା ଅକ୍ଷୟ ତୃତୀୟା ପୂର୍ବରୁ ବୈଠକ ବସି ସ୍ଥିରୀକୃତ ହେବ । ସେପଟେ ଆଜି ପବିତ୍ର ଶ୍ରୀରାମନବମି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସହ ଆଜିଠାରୁ ପୁରୀର ପ୍ରସିଦ୍ଧ ସାହିଯାତ ଆରମ୍ଭ ହେଉଛି । ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ଓ ନୀତି ପ୍ରଶାସକ ଏବଂ କୋଭିଡ କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.