ETV Bharat / state

ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍‌ ଉପରେ ନଜର, ନିଆଯିବ କାର୍ଯ୍ୟାନୁଷ୍ଠାନ - ଲିଙ୍ଗ ନିରୂପଣ

ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଲିଙ୍ଗ ଅନୁପାତ କମ ରହୁଥିବା ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ରାକ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ଉପରେ ବୈଠକ ଅନୁଷ୍ଠିତ

author img

By

Published : Nov 11, 2021, 9:15 AM IST

ପୁରୀ: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପଦ୍ଧତି ଗୁଡିକର ବ୍ୟବହାର କରି ଲିଙ୍ଗ ଭିତ୍ତିକ ଗର୍ଭପାତ କରୁଥିବା ଡାକ୍ତରୀ ସଂସ୍ଥା, କ୍ଲିନିକ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି । ଏ ସଂକ୍ରାନ୍ତୀୟ ଅଭିଯୋଗ ଆସିବା ପରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ନିମାପଡା ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗରେ ପ୍ରସୂତି ବିଭାଗର ଡଃ ବାଚସ୍ପତି ଦାଶଙ୍କୁ ଗତ ଜୁନ ମାସରେ ଚାକିରିରୁ ବହିଷ୍କାର କରାଯାଇଥିଲା । ଗତବର୍ଷ ଜିଲ୍ଲାରେ ଏକ ହଜାର ପୁଅଙ୍କ ତୁଳନାରେ ୯୪୯ ଜଣ ଝିଅ ଜନ୍ମ ଗ୍ରହଣ କରିଛନ୍ତି । ଲିଙ୍ଗ ଅନୁପାତ କମ ରହୁଥିବା ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଏଡିଏମଓ ଡଃ ପ୍ରଣବ ଶଙ୍କର ଦାଶ, ଡଃ ଦେବୀ ପ୍ରାସଦ ମିଶ୍ର, ରୋଟାରୀ କ୍ଲବର ଶ୍ରୀ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.