ETV Bharat / state

ମାଉସୀ ମା’ ମନ୍ଦିରରୁ ଚୋରୀ ଘଟଣା, ସିସିଟିଭିରେ କଏଦ ଦୁଇ ସନ୍ଦିଗ୍ଧ

author img

By

Published : Apr 1, 2021, 10:41 PM IST

ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାରେ ସିସିଟିଭିରେ କଏଦ ହୋଇଛି ଦୁଇ ଯୁବକଙ୍କ ଦୃଶ୍ୟ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ମାଉସୀ ମା ମନ୍ଦିରରୁ ଚୋରୀ ଘଟଣା , ସିସିଟିଭିରେ କଏଦ ଦୁଇ ସନ୍ଧିଗ୍ଧ ବ୍ୟକ୍ତି

ପୁରୀ: ମାଉସୀ ମା ମନ୍ଦିରରୁ ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବଡ଼ଦାଣ୍ଡରେ ଥିବା ମନ୍ଦିରରେ କିଭଳି ଚୋରି ହେଲା ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଧାରଣତଃ ରାତି 12 ଟା ଯାଏ ବଡ଼ ଦାଣ୍ଡରେ ଲୋକଙ୍କ ଯିବା ଆସିବା ସହ ଗହଳି ଚହଳି ଲାଗିରହିଥାଏ । ତେବେ ଏପର ସ୍ଥଳେ କିପରି ଚୋରି ହେଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏହି କାରନାମା କରିଥିବା ଅନୁମାନ କରାଯାଉଛି।

ତେବେ ଚୋରି ପରେ ସ୍ଥାନୀୟ ଅଞ୍ଚଳରେ ଲାଗି ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ଆରମ୍ଭ କରିଛି ପୋଲିସ । ଏମିତି ଏକ ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ମାଉସୀ ମା ମନ୍ଦିର ପଛପଟ ରାସ୍ତାରେ ଦୁଇ ଜଣ ବ୍ୟକ୍ତି ଯାଉଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଆଗରେ ଯାଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଏକ ବ୍ୟାଗ ଧରି ଯାଉଥିବା ଦୃଶ୍ୟ ରହିଛି। ଯାହାକୁ ନେଇ ସନ୍ଦେହ ଦୃଢୀଭୁତ ହେବାରେ ଲାଗିଛି । ତେବେ ଉକ୍ତ ଯୁବକ ଦ୍ବୟ କିଏ ତାହା ଏପର୍ଯ୍ୟନ୍ତ ପୋଲିସ ମଧ୍ୟ ସ୍ପଷ୍ଟ କରିପାରିନାହିଁ । ଏହି ଦୁଇ ଜଣ ବ୍ୟକ୍ତିଙ୍କର ଚୋରି ସହିତ ସମ୍ପର୍କ ଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.